Saturday, March 28, 2026
35.1 C
Odisha

    ଉଜ୍ବଳ ତ୍ବଚା ପାଇଁ ବରଫର ଉପକାରିତା,ଅନେକ ସମସ୍ୟାକୁ କରିଥାଏ ଦୂର

    ଆଗକୁ ପଢନ୍ତୁ

    ସାଧାରଣତଃ ବରଫ ଖଣ୍ଡର ବ୍ୟବହାର କୋଲ୍ଡ ଡ଼ିଙ୍କ୍, ଲେମ୍ବୁ ପାଣି ଆଦିକୁ ଥଣ୍ଡା ରଖିବାରେ ବ୍ୟବହାର କରାଯାଇଥାଏ । କିନ୍ତୁ ବହୁତ କମ ଲୋକଙ୍କୁ ଜଣାଥିବ କି ମାତ୍ର ଗୋଟିଏ ବରଫ ଖଣ୍ଡ ଦ୍ବାରା ଶରୀରର ବିଭିନ୍ନ ସମସ୍ୟା ସମାଧାନ ହୋଇଥାଏ । ଏହା ଛଡ଼ା ଚେହେରାର ଦାଗ ଦୂର କରିବା ସହ ମୃତକୋଷିକା ଗୁଡ଼ିକୁ କମ କରଇଥାଏ । ଆସନ୍ତୁ ଜାଣିବା ଆଇସ୍ କ୍ୟୁବ୍ ବା ବରଫ ଖଣ୍ଡର ବିଭିନ୍ନ ଉପକାରିତା ବିଷୟରେ ।

    ଧଳାଦାଗ ଏବଂ ବ୍ରଣରୁ ରକ୍ଷା : ମୁହଁରେ ହେଉଥିବା ଧଳାଦାଗ ଏବଂ ବ୍ରଣରୁ ରକ୍ଷା ପାଇବା ପାଇଁ ବହୁ ଲାଭଦାୟକ ବରଫ । କିନ୍ତୁ ଧ୍ୟାନ ରଖନ୍ତୁ ସିଧା ଆଇସ କ୍ୟୁବ୍ ମୁହଁରେ ଳଗାନ୍ତୁ ନାହିଁ। ଏହାକୁ ଏକ ନରମ କପଡ଼ାରେ ବାନ୍ଧି ଚେହେରାରେ ଘଷନ୍ତୁ। ଦିନରେ କମସେ କମ ୪ଥର ଏହିପରି ଘଷନ୍ତୁ ଦେଖିବେ ଧିରେଧିରେ ଦାଗ ଏବଂ ବ୍ରଣ କମ ହୋଇଯିବ।

    ରକ୍ତପ୍ରଭାବ ଠିକ୍ ରହିଥାଏ : ଶୁଷ୍କ ତ୍ବଚାକୁ ନରମ ଏବଂ ଚମକଦାର କରିବା ପାଇଁ ଆଇସ କ୍ୟୁବର ବ୍ୟବହାର କରନ୍ତୁ। ଏହା ଦ୍ବାରା ରକ୍ତର ପ୍ରଭାବ ଠିକ୍ ରହିବା ସହ କୋଷିକ ଗୁ୍ଡ଼ିକ ଭଲ ରହିଥାଏ। କିନ୍ତୁ ମସାଜ କରୁଥିବା ସମୟରେ ଚେହେରାରେ ଅଧିକ ପ୍ରଭାବ ପକାଇଲେ ତାହା ତ୍ବଚାକୁ କ୍ଷତି ପହଞ୍ଚାଇଥାଏ।

    ଫୁଲାକୁ ରଖେ ଦୂର : ଥେଟ୍ରିଂ ବା ୱାକ୍ସିଂ ପରେ ଆଖିପାଖରେ ହୋଇଥିବା ଫୁଲାକୁ କମ କରିବା ପାଇଁ ବରଫ ହେଉଛି ଚମତ୍କାରି ଉପାୟ। ଏଥିପାଇଁ ଏକ ଛୋଟ ବରଫ ଖଣ୍ଡକୁ ସଫା ରୁମାଲରେ ଗୁଡ଼ାଇ ଧିରେଧିରେ ମୁହଁରେ ଘଷନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ଫୁଲା କମ ହୋଇଯିବ।

    ସନ୍ ଟ୍ୟାନିଂରୁ ରକ୍ଷା : ଖରା ଦିନରେ ସନ୍ ଟ୍ୟାନ୍ ହେବା ଏକ ସାଧାରଣ କଥା। ଏହି ଟ୍ୟାନିଂରୁ ରକ୍ଷା ପାଇବାର ଏକ ସାଧାରଣ ଉପାୟ ହେଉଛି ଆଲୋବେରା ଆଇସ୍ କ୍ୟୁବ୍। ଏଥିପାଇଁ ଆଲୋବେରା ମିଶା ପାଣିକୁ ବରଫ କରି ତାହାକୁ ଟ୍ୟାନିଂ ହୋଇଥିବା ସ୍ଥାନରେ ଘଷନ୍ତୁ। ଏହା କରିବା ଦ୍ବାରା କିଛି ସମୟ ମଧ୍ୟରେ ଦେଖିବେ ଟ୍ୟାନ୍ ଦୂର ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ