Saturday, April 11, 2026
30.4 C
Odisha

    ଉତ୍କଳ ହସ୍ପିଟାଲରେ ପ୍ରଥମଥର ପାଇଁ ପ୍ରଥମ ଶିଶୁ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ…

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ ଶିଶୁ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି । ଆସନ୍ତାକାଲି ଶିଶୁଟି ତାର ପରିବାର ସଦସ୍ୟଙ୍କ ସହିତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିବେ । ନବରଙ୍ଗପୁର ଡବ୍ରିଗୁଡ଼ା ଗାଁର ଏହି ଝିଅ । ବୟସ ମାତ୍ର ୧୩ ବର୍ଷ, ପାଖାପାଖି ଦୁଇ ବର୍ଷହେବ ଅନେକ ସ୍ଥାନରେ ଡକ୍ଟରଙ୍କୁ ଦେଖାଇ ନିରାଶ ହେବାପରେ ଶେଷରେ ଉତ୍କଳ ହସ୍ପିଟାଲରେ ବରିଷ୍ଠ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ସତ୍ୟପ୍ରକାଶ ରାୟ ଚୌଧୁରୀଙ୍କୁ ଦେଖାକରି ଶିଶୁଟିର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହାପରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଏବଂ ସାଙ୍ଗେ ସାଙ୍ଗେ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇ ସମ୍ପୂର୍ଣ ବିଚାରବିମର୍ଶ ପରେ ଶିଶୁଟିର ତା ଶ୍ରୀଗୁଣ୍ଡିଚା ଦିନ ଶରୀରରେ ଯକୃତ ପ୍ରତ୍ୟାରୋପଣ ହୋଇଥିଲା । ଏହାଥିଲା ରାଜ୍ୟର ପ୍ରଥମ ଶିଶୁ ଯକୃତ ପ୍ରତ୍ୟାରୋପଣ ଏବଂ ରାଜ୍ୟର ଦ୍ଵିତୀୟ କାଡାଭରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ । ଏହି ଜଟିଳ ଚିକିତ୍ସାରେ ଉତ୍କଳ ହସ୍ପିଟାଲର ଶୁଦକ୍ଷ ଡାକ୍ତର ଡ ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ବାଲାଚନ୍ଦ୍ରନ ମେନନ୍ ସଫଳତାର ସହ ସମ୍ପନ୍ନ କରିଥିଲେ । ହସ୍ପିଟାଲ ତରଫରୁ ଯକୃତ ପ୍ରଦାନକାରୀଙ୍କ ପରିବାରକୁ ଏହି ମହତ କାର୍ୟ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ