Sunday, October 4, 2026
22.7 C
Odisha

    ଉତ୍ତରପ୍ରଦେଶରରେ ଭୟଙ୍କର ସଡକ ଦୁର୍ଘଟଣା: ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୦ ମୃତ

    ଆଗକୁ ପଢନ୍ତୁ

    ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜଣଙ୍କ ଜୀବନ। ସେହିପରି ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ବୁଲନ୍ଦଶହର ଜିଲ୍ଲାର ସଲେମପୁର ଥାନା ନିକଟରେ ଘଟିଛି ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା।

    ସୂଚନା ମୁତାବକ, ଉତ୍ତରପ୍ରଦେଶର ସଲେମପୁର ଥାନା ଅଞ୍ଚଳରେ ଏକ ଘରୋଇ ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୋଲିସ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ କ୍ରୋଧିତ ଲୋକମାନେ ରାସ୍ତାରେ ଚକା ଜାମ୍‌ କରିଛନ୍ତି। ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପରେ ପୋଲିସ ସେମାନଙ୍କୁ କୌଣସି ପ୍ରକାର ବୁଝାସୁଝା କରି ଶାନ୍ତ କରିବା ସହ ଟ୍ରାଫିକ ଜାମ୍ ହଟାଇଥିଲେ । ପିକ୍‌ଅପ୍‌ ଭ୍ୟାନ୍‌ରେ ୨୦ରୁ ୨୨ ଲୋକେ ବସି ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ ଆଲିଗଡ ଯାଉଥିଲେ। ଏତିକି ବେଳେ ଶିକରାପୁରରୁ ଏକ ଘରୋଇ ବସ୍‌ ଦ୍ରୁତ ଗତିରେ ଆସି ସାମ୍ନା ପଟୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଚାଷ ଜମିକୁ ଓଲଟି ପଡିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ