Sunday, October 4, 2026
22.7 C
Odisha

    ଆକାଶରୁ ଖସୁଛି ମୃତ୍ୟୁ : ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୩ ମୃତ

    ଆଗକୁ ପଢନ୍ତୁ

    ସୋର: ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି। କାହିଁକି ବାରମ୍ବାର ହେଉଛି ବଜ୍ରାଘାତ। ଗତ ୨ ବର୍ଷ ଭିତରେ ସର୍ବାଧିକ ବଜ୍ରପାତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ସବୁଠୁ ବଡ଼ କଥା ହେଲା, ବଜ୍ରପାତରୁ ବର୍ତ୍ତିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର। ଯେପରିକି, ବିଜୁଳି ଓ ଘଡ଼ଘଡ଼ି ମାରିବା ସମୟରେ ଗଛ ତଳେ ନରହିବା, ଖୋଲା ସ୍ଥାନ, ପଡ଼ିଆ ଓ ଚାଷ ଜମିରେ ନରହିବା ଭଳି ସତର୍କତା ଜାରି କରୁଛନ୍ତି ପାଣିପାଗ ବିଜ୍ଞାନୀ। ତଥାପି ବଜ୍ରପାତରେ ଯାଉଛି ଅନେକ ଜୀବନ। । ଆଜି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି। ମୃତ ଯୁବକ ହେଉଛନ୍ତି ୧୮ ବର୍ଷୀୟ ହରିଶ ମଳିକ। ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ, ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ