Saturday, April 4, 2026
29 C
Odisha

    ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା, ଭଡ଼ାରେ ରହୁଥିବା ଘର ମାଲିକଙ୍କ ପୁଅକୁ ଅଟକ ରଖିଛି ପୋଲିସ

    ଆଗକୁ ପଢନ୍ତୁ

    ରାୟଗଡା: ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ଗତ ୬ ମାସ ହେଲା ସେଠାରେ ରହି ଏକ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ । କାମେଶ୍ବର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ ।

    ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ । ପୋଲିସ ସିସିଟିଭି ଆଧାରରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରା ଉଚରା କରିଥିଲା । ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିବା ସୂଚନା ମିଳିଛି । ହତ୍ୟା କରିବା ପରେ ପଥର ବନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିବାର ପୁଲିସ ଆଗରେ ଅମିତ ସ୍ବିକାର କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅମିତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଅନ୍ୟପଟେ ଆଜି ମୃତ ସୃଷ୍ଟିଙ୍କ ପରିବାର ଲୋକେ ଉତ୍ତରାଖଣ୍ଡ ଅଭିମୁଖେ ଯାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ