Wednesday, October 7, 2026
31.4 C
Odisha

    ଉତ୍ତରାଖଣ୍ଡରେ ୪.୯ ତୀବ୍ରତାର ଭୂକମ୍ପ: ଦିଲ୍ଲୀରେ ଝଟ୍‌କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ମଙ୍ଗଳବାର ରାତି ପ୍ରାୟ ୧୦.୨୦ ବେଳେ ଉତ୍ତରାଖଣ୍ଡର ଚମୋଲୀ ଅଂଚଳରେ ଏକ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୯ ବୋଲି ଜଣାପଡ଼ିଛି । ଏନସିଏସ ପକ୍ଷରୁ ଏହି ଭୂକମ୍ପ ସଂପର୍କରେ ସୂଚନା ଜାରି କରାଯାଇଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ଝଟ୍‌କା ଅନୁଭୂତ ହୋଇଥିଲା । ଅଧିକାଂଶ ଲୋକ ରାତିରେ ଘରେ ଥିବାରୁ ଝଟ୍‌କାକୁ ଅନୁଭବ କରିପାରିଥିଲେ । ଏହି ଘଟଣାକୁ ନେଇ କିଛି ସମୟ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ଝଟକା ଖୁବ୍ କମ ସମୟ ପାଇଁ ଆସିଥିବାରୁ ଲୋକେ ଘର ଛାଡି ପଦାକୁ ଆସି ନ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ