Wednesday, October 7, 2026
31.4 C
Odisha

    ରେପୋ ରେଟ୍ ବଢ଼ାଇଲା RBI, ଋଣ ନେଇଥିବା ଲୋକଙ୍କ ଉପରେ ବଢ଼ିପାରେ EMI ବୋଝ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବଢ଼ିପାରେ ହୋମ୍-କାର୍ ଲୋନ୍ EMI । ରେପୋ ରେଟ୍ ୫.୫%କୁ ବଢ଼ାଇଲା RBI । ଋଣ ନେଇଥିବା ଲୋକଙ୍କ ଉପରେ ବଢ଼ିପାରେ EMI ବୋଝ । ମହଙ୍ଗା ଦର ବୃଦ୍ଧିକୁ ନେଇ ଚିନ୍ତା ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । RBI ରେପୋ ରେଟ୍ କୁ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ବଢ଼ାଇଛି । ଫଳରେ ରେପୋ ରେଟ୍ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତ ହୋଇଛି ।

    RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ମୁଦ୍ରାନୀତି କମିଟି ବା MPC ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରେପୋ ରେଟ୍ ବୃଦ୍ଧି ପ୍ରସ୍ତାବକୁ କମିଟିର ସମସ୍ତ ସଦସ୍ୟ ସମର୍ଥନ କରିଥିବାରୁ ନିଷ୍ପତ୍ତି ସର୍ବସମ୍ମତ ଥିଲା । ରେପୋ ରେଟ୍ ବଢ଼ିବା ପରେ ବ୍ୟାଙ୍କଗୁଡ଼ିକ ପାଇଁ RBIଠାରୁ ଋଣ ନେବା ଖର୍ଚ୍ଚ ବଢ଼ିଯାଏ । ଏହାର ପ୍ରଭାବ ଗ୍ରାହକଙ୍କ ଋଣ ସୁଧ ଉପରେ ପଡ଼ିପାରେ । ବିଶେଷକରି ଫ୍ଲୋଟିଂ ରେଟ୍ ହୋମ୍ ଲୋନ୍, କାର୍ ଲୋନ୍ ଓ ଅନ୍ୟ ଋଣର ସୁଧ ହାର ବଢ଼ିପାରେ । ଫଳରେ EMI ବଢ଼ିପାରେ କିମ୍ବା ଋଣ ପରିଶୋଧର ଅବଧି ଲମ୍ବା ହୋଇପାରେ । ତେବେ କେତେ ଏବଂ କେବେ EMI ବଢ଼ିବ, ତାହା ସମ୍ପୃକ୍ତ ବ୍ୟାଙ୍କ ଓ ଋଣର ପ୍ରକାର ଉପରେ ନିର୍ଭର କରିବ।

    ବ୍ୟାଙ୍କଗୁଡ଼ିକୁ ଟଙ୍କା ଦରକାର ହେଲେ ସେମାନେ RBIଠାରୁ ଋଣ ନେଇଥାନ୍ତି । RBI ଯେଉଁ ସୁଧ ହାରରେ ବ୍ୟାଙ୍କକୁ ଏହି ଟଙ୍କା ଦିଏ, ତାହାକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ କମିଲେ ବ୍ୟାଙ୍କ ପାଇଁ ଟଙ୍କା ଶସ୍ତା ହୁଏ ଏବଂ ଋଣ ସୁଧ କମିବାର ସୁଯୋଗ ସୃଷ୍ଟି ହୁଏ । ଅନ୍ୟପଟେ ରେପୋ ରେଟ୍ ବଢ଼ିଲେ ବ୍ୟାଙ୍କ ପାଇଁ ଟଙ୍କା ମହଙ୍ଗା ହୁଏ ଏବଂ ଗ୍ରାହକଙ୍କ ଋଣ ସୁଧ ମଧ୍ୟ ବଢ଼ିପାରେ । ମହଙ୍ଗା ଦର ବଢ଼ିଲେ ତାହାକୁ ନିୟନ୍ତ୍ରଣ କରିବା RBIର ଏକ ପ୍ରମୁଖ ଦାୟିତ୍ୱ । ରେପୋ ରେଟ୍ ବଢ଼ାଇଲେ ଋଣ ନେବା ମହଙ୍ଗା ହୁଏ । ଏହାଦ୍ୱାରା ବଜାରରେ ଋଣ ଓ ଖର୍ଚ୍ଚର ଗତି କିଛି କମିପାରେ । ଚାହିଦା ଉପରେ ଚାପ କମିଲେ ଧୀରେ ଧୀରେ ମହଙ୍ଗା ଦର ନିୟନ୍ତ୍ରଣରେ ଆସିବ ବୋଲି ଆଶା କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ