Monday, October 19, 2026
21.9 C
Odisha

    ଉତ୍ତର ଭାରତରେ ପ୍ରବଳ ଥଣ୍ଡା: ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ନୂଆବର୍ଷରୁ ଶୀତ ଲହର ଆହୁରି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲିଠାରୁ ଉତ୍ତର-ପଶ୍ଚିମ ଭାରତରେ ଶୀତ ଲହରର ପ୍ରକୋପ ଅଧିକ ହେବ। ଅର୍ଥାତ୍ ନୂଆବର୍ଷ ଅବସରରେ ଶୀତ ବଢ଼ିବାକୁ ଯାଉଛି। ସେହିପରି ଉତ୍ତର ପଶ୍ଚିମ ଭାରତରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ। ଆସନ୍ତା ୫ ଦିନ ମଧ୍ୟରେ ଉତ୍ତରପ୍ରଦେଶ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ହ୍ରାସ ପାଇବ । ସେହିପରି ହରିୟାଣା, ୟୁପି, ଚଣ୍ଡିଗଡ଼, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରୀ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଅଧକାଂଶ ଅଂଚଳରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ପୂର୍ବ ଉତ୍ତରପ୍ରଦେଶରେ ଘନ କୁହୁଡ଼ି ଜନିତ ସମସ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଏହାବ୍ୟତୀତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଆଇଏମ୍‌ଡି ଆକଳନ ଅନୁଯାୟୀ, ଆସନ୍ତା ଜାନୁଆରି ୬ ତାରିଖରୁ ଉତ୍ତର-ପଶ୍ଚିମ ଭାରତରେ ପାଗ ବଦଳିବ ଏବଂ ଏକ ନୂଆ ପଶ୍ଚିମ ବିକ୍ଷୋଭ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ବିଭାଗ ସୂଚନା ମୁତାବକ, ଜମ୍ମୁ-କଶ୍ମୀର ଓ ଲଦାଖରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରି ତଳେ ଥିବା ବେଳେ ଉତ୍ତର-ପଶ୍ଚିମ ଭାରତର ବାକି ରାଜ୍ୟଗୁଡ଼ିକରେ ଏହା ୬-୧୨ ଡିଗ୍ରି ସେଲସିୟସ ମଧ୍ୟରେ ରହିଛି। ରାଜସ୍ଥାନର ସିକର ଜିଲ୍ଲାରେ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଉତ୍ତର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ହ୍ରାସ ପାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ରାଜସ୍ଥାନରେ ତାପମାତ୍ରା ୩ରୁ ୬ ଡିଗ୍ରି ସେଲସିୟସ ହ୍ରାସ ପାଇଛି।
    ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ହ୍ରାସ ଘଟିବ। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନରେ ମଧ୍ୟ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପାମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବ। କେନ୍ଦ୍ରୀୟ ଭାରତ ବିଷୟରେ କହିବାକୁ ଗଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ହ୍ରାସ ପାଇବ । ସେହିପରି ପୂର୍ବ ଭାରତରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବ। ମହାରାଷ୍ଟ୍ରର ସର୍ବନିମ୍ନ ତାପମାତ୍ରା ଆସନ୍ତା ୫ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ହ୍ରାସ ପାଇବ। ଡିସେମ୍ବର ୩୧ରୁ ଜାନୁଆରି ୨ ପର୍ଯ୍ୟନ୍ତ ହରିୟାଣା, ଚଣ୍ଡିଗଡ଼ ଓ ପଞ୍ଜାବରେ ଶୀତ ଲହରୀ ଜାରି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ