Friday, October 2, 2026
23.8 C
Odisha

    ଉତ୍ତର ଭାରତରେ ଭୂକମ୍ପ: ଥରିଲା ଦିଲ୍ଲୀ-ବିହାର, ତୀବ୍ରତା ୪.୦

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୋମବାର ସକାଳ ପ୍ରାୟ ସାଢ଼େ ୫ଟାରେ ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ପରେ ସକାଳ ୮ଟାରେ ବିହାରରେ ସମାନ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ଦିଲ୍ଲୀ, ନଏଡା, ଗ୍ରେଟର ନଏଡା ଓ ଗାଜିଆବାଦ ଥରିଉଠିଥିଲା ଏବଂ ଉଚ୍ଚ କୋଠାଘରର ବାସିନ୍ଦାମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଦିଲ୍ଲୀରେ ସକାଳ ୫ଟା ୩୬ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଧଉଲା କୁଆଁସ୍ଥିତ ‘ଦୁର୍ଗାବାଇ ଦେଶମୁଖ କଲେଜ ଅଫ୍ ସ୍ପେସାଲ ଏଜୁକେସନ’ ନିକଟରେ ୫ କିଲୋମିଟର ଗଭୀରତାରେ ରହିଥିଲା। ଏଥିରେ କୌଣସି କ୍ଷୟକ୍ଷତି ବା ଆହତ ହେବାର ଖବର ମିଳିନାହିଁ। ଏହି ଅଞ୍ଚଳରେ ପ୍ରତି ଦୁଇରୁ ତିନି ବର୍ଷରେ ସାମାନ୍ୟ ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଏହା ପୂର୍ବରୁ ୨୦୧୫ରେ ୩.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା।

    ବିହାରର ସିୱାନ ଜିଲ୍ଲାରେ ମଧ୍ୟ ସକାଳ ୮ଟା ୨ ମିନିଟରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ଶାନ୍ତ ରହିବା ଓ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ। ଦିଲ୍ଲୀ ପୁଲିସ ଆବଶ୍ୟକ ସ୍ଥଳେ ଜରୁରିକାଳୀନ ୧୧୨ ହେଲ୍ପଲାଇନ ବ୍ୟବହାର କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଭୂକମ୍ପଜନିତ ସକ୍ରିୟ ହିମାଳୟ ସଂଘର୍ଷ କ୍ଷେତ୍ରଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ ଦିଲ୍ଲୀରେ ନିୟମିତ ଭାବେ ଉଭୟ ହିମାଳୟ ଓ ସ୍ଥାନୀୟ ଉତ୍ସରୁ ଭୂକମ୍ପ ଗତିବିଧି ଅନୁଭୂତ ହୋଇଥାଏ। ଏହା ପୂର୍ବରୁ ୨୦୨୦ ଏପ୍ରିଲ ୧୨ ତାରିଖରେ ୩.୫ ତୀବ୍ରତାର ଭୂମିକମ୍ପ, ୨୦୨୦ ମେ ୧୦ ତାରିଖରେ ଉତ୍ତର-ପୂର୍ବ ଦିଲ୍ଲୀରେ ୩.୪ ତୀବ୍ରତାର ଭୂମିକମ୍ପ ଓ ୨୦୨୦ ମେ ୨୯ ତାରିଖରେ ରୋହତକ ନିକଟରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର ଭୂକମ୍ପ ଜୋନ୍‌ ମାନଚିତ୍ରର ସିସ୍ମିକ୍ ଜୋନ୍-୪ରେ ଏହି ଅଂଚଳ ଥିବାରୁ ଏଠାରେ ଅଧିକ ବିପଦ ରହୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ