Wednesday, July 23, 2025
29.2 C
Odisha

    ଉପକାରୀ ଭୁର୍ସୁଙ୍ଗ ପତ୍ର

    ଆଗକୁ ପଢନ୍ତୁ

    ଖାଇବାର ସ୍ବାଦ ଓ ସୁଗନ୍ଧ ବଢ଼ାଇବା ପାଇଁ ଆମେ କିଛି ନା କିଛି ପଦାର୍ଥ ଖାଦ୍ୟରେ ପକାଇଥାଉ। କେଉଁଥିରେ ଆର୍ଟିଫିସିଆଲ୍‌ ଫ୍ଲେବର୍‌ ତ ଆଉ କେଉଁଥିରେ ପ୍ରାକୃତିକ ପତ୍ରଫୁଲ। ପ୍ରତ୍ୟେକ ପତ୍ର ଓ ଫୁଲର କିଛି ନା କିଛି ଔଷଧୀୟ ଗୁଣ ରହିଛି। ଭୁର୍ସୁଙ୍ଗ ପତ୍ର ଏସବୁଠୁ ଅଧିକ ଲାଭକାରୀ ଏବଂ ଏଥିରେ ଅଧିକ ଔଷଧୀୟ ଗୁଣ ରହିଛି। ତାହେଲେ ଆସନ୍ତୁ ଜାଣିବା :-

    ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍‌ ଶରୀରରେ ଚର୍ବି କମାଇବାରେ ସାହାଯ୍ୟ କରେ। ଏହା ମେଟାବୋଲିଜିମ୍‌କୁ ତ୍ୱରାନ୍ବିତ କରି ଶରୀରରେ ଜମାଥିବା ଅତିରିକ୍ତ ଚର୍ବିକୁ କମାଇଥାଏ।

    ଭୁର୍ସୁଙ୍ଗ ପତ୍ରକୁ ଖାଲି ପେଟରେ ଖାଇଲେ ହୃଦ୍‌ରୋଗର ଆଶଙ୍କା ହ୍ରାସ ପାଏ।

    ଭୁର୍ସୁଙ୍ଗ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଫଙ୍ଗାଲ୍‌ ଗୁଣ ଥାଏ; ଯାହା ବ୍ରଣ ଓ ଦାଗ ଭଳି ତ୍ୱଚା ସମସ୍ୟା ଦୂର କରି ତ୍ୱଚାକୁ ଉଜ୍ଜ୍ୱଳ ଓ ଚମକଦାର୍‌ ରଖେ।

    ପାଚନ କ୍ରିୟା ପାଇଁ ଭୁର୍ସୁଙ୍ଗ ପତ୍ର ଲାଭକାରୀ। ଏଥିରେ ଥିବା ଫାଇବର୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ଉପାଦାନ ଗ୍ୟାସ୍‌, କୋଷ୍ଠକାଠିନ୍ୟ ତଥା ବଦହଜମି ଭଳି ପେଟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ।

    ଭୁର୍ସୁଙ୍ଗ ପତ୍ର ଯକୃତକୁ ବିଷମୁକ୍ତ କରିଥାଏ। ଏଥିରେ ଭିଟାମିନ୍‌-ଏ ଓ ସି ଭରପୂର ମାତ୍ରାରେ ଥିବାରୁ ଆଖିକୁ ସୁସ୍ଥ ରଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    81 %
    1kmh
    57 %
    Wed
    29 °
    Thu
    31 °
    Fri
    25 °
    Sat
    26 °
    Sun
    27 °

    ସମ୍ବନ୍ଧିତ