Thursday, October 8, 2026
22.2 C
Odisha

    ଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର, ମିଳିଲା ଏଭଳି ଜବାବ

    ଆଗକୁ ପଢନ୍ତୁ

    ଥିରୁବନନ୍ତପୁରମ୍: ଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର। ଭାଇରାଲ ହେଲା ଭିଡିଓ। ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନୀ ଏବଂ ଚିକେନ୍ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କେରଳର ବୋଲି ଜଣାପଡ଼ିଥିବା ବେଳେ ଶିଶୁର ଏଭଳି ଅନୁରୋଧ ପରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

    ରାଜ୍ୟ ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର (ଫେବ୍ରୁଆରି ୩) ତାଙ୍କ ଫେସବୁକ୍ ପେଜରେ ଶଙ୍କୁ ନାମକ ଏକ ଶିଶୁର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଶିଶୁଟି  ଏହି ଅନୁରୋଧ କରୁଥିବା ଦେଖାଯାଇଥିଲା। ଭିଡିଓ ଦେଖିବା ପରେ ଅଙ୍ଗନୱାଡିର ମେନୁରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ବୀଣା ଜର୍ଜ।

    ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଟି ଅନେକ ଆଶା ନେଇ ଏହି ଅନୁରୋଧ କରିଛି । ତେଣୁ ଏହା ଉପରେ ବିଚାର କରାଯାଉଛି। ଶଙ୍କୁ, ତାଙ୍କ ମାଆ ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି, “ଶଙ୍କୁଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମେନୁ ସମୀକ୍ଷା କରାଯିବ।” ସୂଚନା ମୁତାବକ, ଶଙ୍କୁଙ୍କ ମା’ ଘରେ ବିରିୟାନୀ କରିଥିବା ବେଳେ ତାଙ୍କୁ ଖୁଆଉ ଥିଲେ। ଏହି ସମୟରେ ଶଙ୍କୁ କହିଥିଲେ, ଅଙ୍ଗନୱାଡିରେ ଉପମା ପରିବର୍ତ୍ତେ ମୋତେ ବିରିୟାନୀ ଓ ଚିକେନ ଫ୍ରାଏ ଦରକାର। ଏହାର ଏକ ଭିଡିଓ ରେକର୍ଡ କରି ଶଙ୍କୁଙ୍କ ମା’ ଫେସବୁକରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ