ଭୁବନେଶ୍ବର : କଲେଜରେ ICC କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ହେବ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ରାଜ୍ୟର ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି । ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ତେବେ ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି କମିଟି ନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି , ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, POSH ACT ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ POSH ACT ବାବଦରେ ଲୋକସେବା ଭବନରୁ ଆରମ୍ଭ ହୋଇଥିବା ସଚେତନ କାର୍ଯ୍ୟକ୍ରମ ଆଗକୁ ବ୍ଲକ୍ ସ୍ତରରେ ମଧ୍ୟ ହେବ । ବାଲେଶ୍ୱର ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି । ଯେଉଁମାନେ ମିଥ୍ୟା ଅଭିଯୋଗ ଆଣିବେ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।