Wednesday, October 7, 2026
31.4 C
Odisha

    ଉପର ପଡ଼ିଆରେ ବାଲିଯାତ୍ରା ! ପ୍ରସ୍ତାବ ଦେଲା ଜିଲ୍ଲା ପ୍ରଶାସନ

    ଆଗକୁ ପଢନ୍ତୁ

    କଟକ : ଚଳିତ ବର୍ଷ କଟକ ବାଲିଯାତ୍ରା – ୨୦୨୬ର ଆୟୋଜନକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।

    ବାଲିଯାତ୍ରା ଟେଣ୍ଡର ରୂପରେଖ ଚୂଡ଼ାନ୍ତ ହୋଇ ସାରିଛି । ଗତ ବର୍ଷ ଦୋଳି ଅଘଟଣକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନିଆଯାଉଛି । ଦୋଳି ଗୁଡ଼ିକ ଭିତରେ ସୁରକ୍ଷିତ ଦୂରତା ରଖା ଯିବ । ଏ ନେଇ ଦୋଳି ମାଲିକ ସଂଘ ସହିତ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରାଫିକ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଉପର ପଡ଼ିଆ ସହିତ ବାଲିଯାତ୍ରାର ଇତିହାସ ଯୋଡ଼ି ହୋଇ ରହିଛି । ତେଣୁ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ହେବା ଉଚିତ୍ ବୋଲି ବାରବାଟୀ- କଟକ ବିଧାୟିକା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ