Wednesday, October 7, 2026
27.2 C
Odisha

    ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଦୋଷୀକୁ ଅଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ମାମଲାରେ ଶୁଣାଣି କରି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ ଅଳ୍ପନା ସ୍ବାଇଁ ଆଜି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଦୋଷୀ ରଶିକ ଓରଫ ପ୍ରକାଶ ପ୍ରଧାନୀକୁ ଆଜୀବନ ସଶ୍ରମ କାରାଦଣ୍ଡ ନିମନ୍ତେ ନିର୍ଦେଶ ଦେଇଛନ୍ତି। ଦଫା ୩୦୯/୩୦୨/୩୨୪ ଅନୁସାରେ ଦଣ୍ଡିତ କରି ୫୦ ହଜାର ଟଙ୍କା ଜରିମାନା ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦେୟ ହେଲେ ୧ବର୍ଷ ଅଧିକା ସଶ୍ରମ କାରାଦଣ୍ଡ ପାଇଁ  ଆଦେଶ ଦେଇଛନ୍ତି।

    ମାମଲାରୁ ଜଣାଯାଏ ଯେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ଗ୍ରାମର ଦୁର୍ଯ୍ୟ ମାଝୀ ଟିକିରି ଥାନାରେ ନିଜ ଝିଅ ରୀମା ମାଝୀର ହତ୍ୟାକୁ ନେଇ ଏତଲା ଦେଇଥିଲେ। ୦୩/୦୯/୨୨ ଦିନ ଟିକିରି ଥାନା କେସ ୧୨୦ନଂରେ ଦର୍ଶାଇଥିଲେ ଯେ ତାଙ୍କ ରୀମା ମାଝୀ ଓ ତାର ସାଙ୍ଗ ଜମ୍ପାନୀ ମାଝୀ ଉଷାପଡ଼ା ଗ୍ରାମରେ କର୍ମାକର ମହାପାତ୍ରଙ୍କ ଜମିରେ ମଜୁରୀଆ ରୂପେ କାର୍ଯ୍ୟ କରୁଥିଲେ। ମଧ୍ୟାନ୍ନ ଭୋଜନ ପରେ ଜମିରେ ବିଶ୍ରାମ ନେଲା ବ‌େଳେ ମୁଣ୍ଡା ଗ୍ରାମର ରଶିକ ପ୍ରଧାନୀ (୫୦) ବର୍ଷ ସେହି ଜାଗାକୁ ଆସି ରୀମାର ଗଳାକୁ ଏକ ଧାରୁଆ ଛୁରୀ ଦ୍ବାରା କାଟିଦେଇଥିଲା।

    ଘଟଣା ବ‌େଳେ ଉପସ୍ଥିତ ଥିବା ଜମ୍ପାନୀ ମାଝୀ ହସ୍ତକ୍ଷେପ କରିବାରୁ ତାଙ୍କ ହାତକୁ କାଟିଦେବା ଫଳରେ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଯାଇଥିଲେ। ପୁଣି ଥରେ ରଶିକ ଧାରୁଆ ଛୁରୀ ଦ୍ବାରା ରୀମାର ଗଳା କାଟିଥିଲା। ଏତଲାରେ ଦର୍ଶାଯାଇଥିଲାରେ ଅଭିଯୁକ୍ତ ରଶିକ ରୀମାଙ୍କୁ ପ୍ରେମ ନିବେଦନ କରି ତାଙ୍କୁ ହଇରାଣ ହରକତ କରୁଥିଲା। ଏଥିରେ ଅତିଷ୍ଠ ହୋଇ ସେ ନିଜ ପରିବାରକୁ ଜଣାଇବା ପରେ ଗ୍ରାମରେ ଏକ ବୈଠକ ହୋଇଥିଲା ଏବଂ ରଶିକକୁ ଏଭଳି ନକରିବା ପାଇଁ ସତର୍କ କରାଯାଇଥିଲା। ଏଥିରେ ହତୋତ୍ସାହ ହୋଇ ଏଭଳି କାଣ୍ଡ ଭିଆଇଥିଲା।

    ଟିକିରି ଥାନାରେ ଏତଲା ପରେ ଥାନାର ସବ ଇନିସପେକ୍ଟର ମନୋଜ କୁମାର ଜେନା ଏହି ଘଟଣାର ତଦନ୍ତ କରିଥିଲେ। ପୁଲିସ ଏହି ଘଟଣାର ସାଇଣ୍ଟିଫିକ ଦଳର ସାହାଯ୍ୟ ନେଇ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ୨୩ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣ ଆଧାରରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଏପିପି ରାମପ୍ରସାଦ ପାତ୍ର ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ