Friday, October 2, 2026
25.2 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୪୫ ର ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟା ବୁଝିଲେ ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୭/୦୮:ସର୍ବଦା ଅବହେଳିତ ଓ ବିକାଶ ଠାରୁ ଦୂରରେ ଥିବା ଏକାମ୍ର କ୍ଷେତ୍ର ଏବେ ନୂଆ ବିଧାୟକ ଙ୍କ ନେତୃତ୍ୱରେ ବିକାଶ ପଥରେ ଅଗ୍ରସର ହେଉଛି। ନୂତନ ଭାବେ ନିର୍ବାଚିତ ବିଧାୟକ ବାବୁ ସିଂ ପ୍ରତିଦିନ ନିଜ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ଆଜି ଏକାମ୍ର ବିଧାୟକ ବାବୁ ସିଂ ୱାର୍ଡ଼ ନଂ ୪୫ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଓ ଏହା ପରେ ବୃକ୍ଷ ରୋପଣ କରିଥିଲେ।ସବୁ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପରେ ବିଧାୟକ ଶ୍ରୀ ସିଂ ଖୁବ୍ ଜଲ୍ଦୀ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
    ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ,ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଆଉ ଏବେ ଲୋକଙ୍କ ପାଇଁ କାମ କରୁଛୁ। ଭୋଟର ଆମକୁ ଜନ ପ୍ରତିନିଧୀ ଭାବେ ନିର୍ବାଚିତ କଲା ପରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେଇଛୁ। ଏକାମ୍ର ବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁସିଂ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ।ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ଆପଣଙ୍କ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ବୃକ୍ଷରୋପଣ ପାଇଁ ଆମକୁ ଯୋଗାଯୋଗ କରନ୍ତୁIସମସ୍ତଙ୍କୁ ଚାରା ସହିତ ଟ୍ରି ଗାର୍ଡ ମଧ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ଅବସରରେ ବିଜେପି ନେତା ଜଗନ୍ନାଥ ପ୍ରଧାନ,କର୍ପୋରେଟର ଅମରେଶ ଜେନା,ସଂଗ୍ରାମ ମାର୍ଥା, ପ୍ରଭାତ ଦଳବେହେରା ଙ୍କ ସହ ସମସ୍ତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ