Wednesday, July 8, 2026
31.3 C
Odisha

    ଏକାମ୍ର ପାର୍କରୁ ସାଲିଆ ସାହି ଦେଇ ଅନ୍ଧାରୁଆ ରାସ୍ତା ଉଦଘାଟିତ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜଧାନୀରେ ଖୋଲିଲା ନୂଆ ସଡ଼କ ।  ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ଇନଷ୍ଟିଚ୍ୟୁ ଅଫ ମାଥମେଟିକକୁ ଯିବା ହେବ ସହଜ। ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ ।  ଏକାମ୍ର କାନନ ରୁ ସାଲିଆ ସାହି ଦେଇ ନିର୍ମିତ ଥିବା ଇନଫୋସିଟି ରାସ୍ତାଟି ସମ୍ପୁର୍ଣ୍ଣ ପରେ ଆଜି ଠାରୁ ସର୍ବସାଧାରଣ ନିମନ୍ତେ ଉଦଘାଟିତ ହୋଇଛି ।  ନୂତନ ରାସ୍ତାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ରାସ୍ତାକୁ ଉଦଘାଟନ କରାଯାଇଛି ।

    ବିଶେଷ କରି ସାଲିଆସାହି ଠାରୁ ହାତୀଆଶୁଣି ପର୍ଯ୍ୟନ୍ତ 800 ମିଟର ରାସ୍ତା ନିର୍ମାଣ ପାଇଁ ହଟହଟା ହୋଇଥିଲେ ସରକାର ।  ସାଲିଆସାହିର 556 ପରିବାରକୁ ସ୍ଥାନାନ୍ତର କରି ଥଇଥାନ ପରେ ଏବେ ଏହି ରାସ୍ତାଟି ଫିଟୁଛି ।  ଭୁବନେଶ୍ୱରରେ ଦେଖାଯାଉଥିବା ଟ୍ରାଫିକ ଭିଡକୁ କମାଇବ ଏହି ରାସ୍ତା ବିଶେଷ ସହ ୟକ ହେବ ।

    ବିଶେଷ କରି ଜୟଦେବ ବିହାରରୁ ପଟିଆ ପର୍ଯ୍ୟନ୍ତ ଜାମ ହେଉଥିବା ରାସ୍ତାର ବିକଳ୍ପ ଭାବେ ଏହି ରାସ୍ତା ଏକ ପ୍ରମୁଖ ମାଧ୍ୟମ ସାଜିବ ।  ଏଣିକି ସିଆରପି ଛକରୁ ସିଧା ପଟିଆ ଯିବା ଏହା ପ୍ରମୁଖ ବାଟ ହେବ  ।  ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଭୁବନେଶ୍ୱର ମେୟର ଓ ସ୍ଥାନୀୟ ଉତ୍ତର ବିଧାୟକ ମଧ୍ୟ ଉପସ୍ଥିତ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.3 ° C
    31.3 °
    31.3 °
    64 %
    2.7kmh
    100 %
    Wed
    30 °
    Thu
    29 °
    Fri
    27 °
    Sat
    24 °
    Sun
    26 °

    ସମ୍ବନ୍ଧିତ