Wednesday, July 8, 2026
31.3 C
Odisha

    କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା `STF ଟିମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ ।  ଅବକାରୀ ଓ ପୋଲିସକୁ ଚକମା ଦେଇ ଦୀର୍ଘ ବର୍ଷେ ହେବ ଚଳାଇଥିଲେ କାରବାର। ଶେଷରେ ବିଶେଷ ସୂତ୍ରରୁ ଖବର ପାଇ ମାଫିଆଙ୍କୁ ଧରିଛି ଏସ୍ ଟିଏଫ୍ ଟିମ୍  ।  କନ୍ଧମାଳରୁ ଭୁବନେଶ୍ୱର ଦେଇ ଗଞ୍ଜେଇ ଚାଲାଣ ବେଳେ ଅନ୍ଧାରୁଆ ରାସ୍ତାରୁ ଜବତ କରାଯାଇଛି ଗଞ୍ଜେଇ ।  ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ୍  ।  ସେମାନେ ହେଲେ ବୌଦ୍ଧ ଅଞ୍ଚଳର ଜଗଦିଶ ବେହେରା ଓ ସଂଜିତ ଥାଟି ।  ପ୍ରାୟ ବର୍ଷେ ହେବ ଏମାନେ ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ କାରବାର କରିଛନ୍ତି  ।  ଅଭିଯୁକ୍ତମାନେ  ଏକ ଅଟୋ ଯୋଗେ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଦେଇ ଚୋରା ଚାଲାଣ କରୁଥିଲେ ।   ଚନ୍ଦକା ଦେଇ ଅନ୍ଧାରୁଆ ରାସ୍ତାରେ ଅଟୋଟି ଯାଉଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା `STF ଟିମ୍  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.3 ° C
    31.3 °
    31.3 °
    64 %
    2.7kmh
    100 %
    Wed
    30 °
    Thu
    29 °
    Fri
    27 °
    Sat
    24 °
    Sun
    26 °

    ସମ୍ବନ୍ଧିତ