Sunday, February 22, 2026
29.5 C
Odisha

    ଏକାସାଙ୍ଗରେ ଗଭର୍ବତୀ ଅଛନ୍ତି ୟୁଟୁବରଙ୍କ ଉଭୟ ପତ୍ନୀ, ଟ୍ରୋଲ କରୁଛନ୍ତି ୟୁଜର୍ସ

    ଆଗକୁ ପଢନ୍ତୁ

    ୟୁଟୁବର ସନି ରାଜପୁତ ଦୁଇ ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ରୂପ ରାଜପୁତ ଏବଂ ଦ୍ବିତୀୟ ପତ୍ନୀ ହେଲେ ମାନସୀ ରାଜପୁତ । ସେମାନେ ଏକାସାଙ୍ଗରେ ଗର୍ଭବତୀ ରହିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । କିନ୍ତୁ ଅନେକ ୟୁଜର୍ସ ଅରମାନ ମଲ୍ଲିକଙ୍କୁ ସନି ଅନୁକରଣ କରୁଥିବା ଅଭିଯୋଗ କରିଛନ୍ତି ।

    ସନି ରାଜପୁତ ତାଙ୍କର ଉଭୟ ପତ୍ନୀଙ୍କ ସହ ଭିଡିଓ ବନାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସେୟାର କରନ୍ତି । ସନି ତାଙ୍କ ଲାଟେଷ୍ଟ ଭିଡିଓରେ ଉଭୟ ପତ୍ନୀ ଗର୍ଭବତୀ ଥିବା ପ୍ରକାଶ କରିଛନ୍ତି । ଗର୍ଭବତୀ ସମୟରେ ପରସ୍ପରର ଯତ୍ନ ନେଉଛନ୍ତି ବୋଲି ମଧ୍ୟ କହିଛନ୍ତି ।

    ସନି ଲୋକପ୍ରିୟତା ହାସଲ କରିବାକୁ ଅରମାନ ମଲ୍ଲିକଙ୍କୁ କପି କରୁଛନ୍ତି ବୋଲି ୟୁଜର୍ସ କହିଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ସନି ରାଜପୁତଙ୍କୁ ଟ୍ରୋଲ କରୁଛନ୍ତି ।

    ସନ୍ନି ରାଜପୁତର YouTubeରେ 87.7K ରୁ ଅଧିକ ସବସ୍କ୍ରାଇବର୍ ଏବଂ ଇନଷ୍ଟାଗ୍ରାମରେ 481K ରୁ ଅଧିକ ଫଲୋଅର୍ସ ରହିଛନ୍ତି । ସନ୍ନି YouTubeରେ ଏକ ଫିଲ୍ମ ରିଲିଜ କରିଛନ୍ତି । ଯାହାର ନାଁ “Truth of Two Wives” । ଯେଉଁଥିରେ ସେ ନିଜର ଏବଂ ତାଙ୍କ ଉଭୟ ପତ୍ନୀଙ୍କ କାହାଣୀ ସମ୍ପର୍କରେ ଦେଖିବାକୁ ପାଇଛନ୍ତି ୟୁଜର୍ସ । ସନି ରାଜପୁତଙ୍କୁ କପି କରୁଥିବା ଅଭିଯୋଗ କରିଛନ୍ତି ଅରମାନ ମଲ୍ଲିକଙ୍କ ପରିବାର ଲୋକେ । ଅରମାନ ମଲ୍ଲିକଙ୍କ ଭଳି ରାଜପୁତ ମଧ୍ୟ ୟୁଟୁବରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

    ସେହପରି ୟୁଟୁବର ଅଭିନେତା ଅରମାନ ମଲ୍ଲିକଙ୍କୁ କିଏ ବା ନ ଜାଣନ୍ତି । ଦୁଇ ବର୍ଷ ପୂର୍ବରୁ ଅରମାନଙ୍କର ମଧ୍ୟ ଦୁଇ ଜଣ ପତ୍ନୀ ପାୟଲ ଏବଂ କୃତିକା ଏକାଠି ଗର୍ଭବତୀ ହୋଇଥିଲେ । ଅରମାନ ପୂର୍ବରୁ ୪ଟି ସନ୍ତାନର ବାପା ହୋଇଥିଲେ । ଏବେ ପୁଣି ଥରେ ସେ ୫ମ ସନ୍ତାନର ବାପା ହେବାକୁ ଯାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    26 %
    1.7kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ