ଓଠ, ଜିଭ ଏବଂ ପାଟିର ତଳ ଭାଗରେ କର୍କଟ ରୋଗ ହୋଇଥାଏ । ହେଲେ କିଛି ଲୋକଙ୍କର ଗାଲ, ପାଟିର ଉପର ପୃଷ୍ଠ, ଟନସିଲ ଏବଂ ଲାଳ ଗ୍ରନ୍ଥିରେ ମଧ୍ୟ କର୍କଟ ରୋଗର ବା Oral Cancer ହେବାର ଆଶଙ୍କା ଥାଏ । ଏହାର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ । ମୁହଁ କର୍କଟ ରୋଗ ପାଇଁ ୮୦% ରୁ ଅଧିକ ରେଡିଓଥେରାପି ଆବଶ୍ୟକ ରହିଛି ।
ଏହା ବ୍ୟତୀତ ଏହାକୁ ଅସ୍ତ୍ରୋପଚାର କିମ୍ବା କେମୋଥେରାପି ଜରିଆରେ ମଧ୍ୟ ଚିକିତ୍ସା କରାଯାଇ ପାରିବ । ହେଲେ ଏହି ରୋଗ ଚିହ୍ନିବାରେ ବିଳମ୍ବ ହେଲେ ଏହା ଭୟଙ୍କର ହୋଇଥାଏ ଏବଂ ଠିକ୍ ହେବା ପାଇଁ ମଧ୍ୟ ସମୟ ଲାଗିଥାଏ । ତେଣୁ ଯେତେବେଳେ ଏହି ୮ଟି ଲକ୍ଷଣ ଦେଖାଯାଏ ତୁରନ୍ତ ସତର୍କ ହେବା ସହ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା ଆରମ୍ଭ କରିବା ଉତିତ୍ । କାରଣ ଏହା ମୁଖ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।
ମୁଖ କର୍କଟ ରୋଗର ୮ଟି ଲକ୍ଷଣ
- ଦାନ୍ତ ମଧ୍ୟରେ ଗ୍ୟାପ୍ ହେବା
- ବେକରେ ଗଣ୍ଠି ପଡିବା ପରି ଦେଖାଯିବା
- ଓଠ ଫୁଲିବା କିମ୍ବା ଘା’ଶିଘ୍ର ନ ଶୁଖିବା
- ଗିଳିବାରେ ଅସୁବିଧା କିମ୍ବା ଯନ୍ତ୍ରଣା ହେବା
- କଥାକହିବା ପରିବର୍ତ୍ତନ
- ପାଟିରୁ ରକ୍ତ ବାହାରିବା
- ଜିଭ କିମ୍ବା ମାଢିରେ ଧଳା କିମ୍ବା ନାଲି ଦାଗ ହେବା
- ବିନା କାରଣରେ ଓଜନ କମିବା
ମୁଖ କର୍କଟ ରୋଗର କାରଣ
- ତମାଖୁ କିମ୍ବା ମଦ୍ୟପାନର ଅତ୍ୟଧିକ ବ୍ୟବହାର
- ମାନବ ପାପିଲୋମାଭାଇରସ୍ (HPV)
- ଏପଷ୍ଟିନ୍-ବାର୍ ଭାଇରସ୍ (EBV)
- ଜେନେଟିକ୍
- ମାଢି ରୋଗ
- ସୂର୍ଯ୍ୟଙ୍କ ଅତ୍ୟଧିକ ସଂସ୍ପର୍ଶରେ ଆସିବା
- ଗୁଆ ଅଧିକ ଖାଇବା
