Friday, April 3, 2026
36.1 C
Odisha

    ଏଣିକି ଇପିଏଫ୍‌ରେ ମିଳିବ ୮.୨୫% ସୁଧ, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :     କେନ୍ଦ୍ର ସରକାର ୨୦୨୫ ଆର୍ଥତ୍କ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍‌) ଜମା ଉପରେ ୮.୨୫ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବ ଆର୍ଥତ୍କ ବର୍ଷର ସୁଧହାରକୁ ଚଳିତ ଆର୍ଥତ୍କ ବର୍ଷରେ କାଏମ ରଖିବା ପାଇଁ ଗତ ଫେବୃଆରୀ ୨୮ରେ ଇପିଏଫ୍‌ଓ ନିଷ୍ପତ୍ତି ନେଇଥିଲା। ଏହାକୁ ମଞ୍ଜୁର କରିବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା।  ଅର୍ଥ ମନ୍ତ୍ରଣାଳୟ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ୮.୨୫% ଇପିଏଫ୍‌ ସୁଧହାରକୁ ସ୍ବୀକୃତି ଦେବା ପରେ ଶ୍ରମ ମନ୍ତ୍ରଣାଳୟ ଏହାକୁ ଇପିଏଫ୍‌ଓ ନିକଟକୁ ପଠାଇଦେଇଛି। ଏବେ ଇପିଏଫ୍‌ଓର ୭ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮.୨୫% ହାରରେ ସୁଧରାଶି ଜମା କରାଯିବ। ଯେକୌଣସି ସଞ୍ଚୟ ତୁଳନାରେ ଇପିଏଫ୍‌ ଅଧିକ ସୁଧ ଦେଇଥାଏ। ୨୦୨୨-୨୩ ବର୍ଷରେ ସୁଧହାର ୮.୧୫ ପ୍ରତିଶତ ଥିବାବେଳେ ୨୦୨୩-୨୪ ବର୍ଷ ପାଇଁ ଏହାକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ