Monday, June 23, 2025
25.6 C
Odisha

    ଏଣିକି ଯୁକ୍ତ ଦୁଇ ପରେ ପଢି ପାରିବେ ବିଏଡ୍‌ : ଉଚ୍ଚଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ଯୁକ୍ତ ଦୁଇ ପରେ ପଢିହେବ ବିଏଡ୍‌ ପାଠ୍ୟକ୍ରମ। ଏନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ୮ଟି ବିଏଡ୍‌ କଲେଜ ଅର୍ଥାତ୍‌ ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର (ଏମ୍‌ଓୟୁ) ସାକ୍ଷର ହୋଇଛି । ରାଜ୍ୟରେ ଥିବା ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ସହ ଏମ୍‌ଓୟୁ ସାକ୍ଷର ହୋଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ। ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି) କୋର୍ସ ପଢାଯିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି। ଏସବୁ ମଧ୍ୟରେ ଆଇଟିଇପି (The Integrated Teacher Education Programme )ଗୋଟିଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    83 %
    3.4kmh
    100 %
    Mon
    26 °
    Tue
    26 °
    Wed
    31 °
    Thu
    33 °
    Fri
    32 °

    ସମ୍ବନ୍ଧିତ