Tuesday, March 10, 2026
32.7 C
Odisha

    ଏଥର ରଥଯାତ୍ରାରେ ବଡ଼ ଦାଣ୍ଡରେ ଷ୍ଟଲ ମନା

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ। ବଡ଼ ଦାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ କୌଣସି ଷ୍ଟଲ ଲାଗିବ ନାହିଁ । ଯାହ ବି କିଛି ଷ୍ଟଲ ଲାଗିବ ତାହା କେବଳ ଜନସେବା ପାଇଁ କରାଯିବ। ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ପୁରୀ ମ୍ୟୁନିସିପାଲଟି ସତ୍ୟପାଠ ଦାଖଲ କରିଥିଲା । ଅନ୍ୟପକ୍ଷେ ଏଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି। ଏଥର ରଥଯାତ୍ରା ୨ ଦିନ ଥିବାରୁ ଏହାକୁ ଦୃଷ୍ଠିରେ ରଖି ୭ ଏବଂ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ଏହା ସହ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା କିଭଳି ସଂପନ୍ନ ହେବ ସେ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    41 %
    0.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ