Sunday, July 6, 2025
24.5 C
Odisha

ଏଥର ରଥଯାତ୍ରାରେ ବଡ଼ ଦାଣ୍ଡରେ ଷ୍ଟଲ ମନା

ଆଗକୁ ପଢନ୍ତୁ

ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ। ବଡ଼ ଦାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ କୌଣସି ଷ୍ଟଲ ଲାଗିବ ନାହିଁ । ଯାହ ବି କିଛି ଷ୍ଟଲ ଲାଗିବ ତାହା କେବଳ ଜନସେବା ପାଇଁ କରାଯିବ। ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ପୁରୀ ମ୍ୟୁନିସିପାଲଟି ସତ୍ୟପାଠ ଦାଖଲ କରିଥିଲା । ଅନ୍ୟପକ୍ଷେ ଏଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି। ଏଥର ରଥଯାତ୍ରା ୨ ଦିନ ଥିବାରୁ ଏହାକୁ ଦୃଷ୍ଠିରେ ରଖି ୭ ଏବଂ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ଏହା ସହ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା କିଭଳି ସଂପନ୍ନ ହେବ ସେ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

 

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.5 ° C
24.5 °
24.5 °
86 %
3.3kmh
100 %
Sun
25 °
Mon
25 °
Tue
24 °
Wed
25 °
Thu
27 °

ସମ୍ବନ୍ଧିତ