Thursday, October 8, 2026
29.4 C
Odisha

    ଏନଏସଡି (NSD) ରେ ଓଡ଼ିଶାର ଝିଅ ସୋନିଆ ବେହେରା, ରଚିଲେ ଐତିହାସିକ ରେକର୍ଡ!

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଯଦି ମନରେ କିଛି କରିବାର ଦୃଢ଼ ଇଚ୍ଛାଶକ୍ତି ଏବଂ ନିଜ କଳା ପ୍ରତି ସଚ୍ଚୋଟତା ଥାଏ, ତେବେ ସଫଳତା ଦିନେ ନା ଦିନେ ପାଦ ଚୁମିଥାଏ। ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ମାଟିର ଝିଅ ସୋନିଆ ବେହେରା। ଦେଶର ସର୍ବୋଚ୍ଚ ନାଟ୍ୟ ଶିକ୍ଷାନୁଷ୍ଠାନ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (NSD), ନୂଆଦିଲ୍ଲୀର ତିନି ବର୍ଷିଆ ଡିପ୍ଲୋମା ଇନ୍ ଡ୍ରାମାଟିକ୍ସ (୨୦୨୬–୨୦୨୯) ପାଠ୍ୟକ୍ରମ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଝିଅ ଭାବେ ଏନଏସଡିର ମୁଖ୍ୟ କ୍ୟାମ୍ପସରେ ପ୍ରବେଶ କରି ସେ ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି।

    ଏନଏସଡି ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ମେରିଟ୍ ତାଲିକା ଅନୁଯାୟୀ, ଗତ ଜୁନ୍ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କଠିନ ସାକ୍ଷାତକାର, କ୍ରାଫ୍ଟ ୱାର୍କଶପ୍ ଏବଂ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ସୋନିଆ ନିଜ ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ସମୁଦାୟ ୮୦.୦୫ ନମ୍ବର ହାସଲ କରି ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନ ହାସଲ କରିଛନ୍ତି।

    ୨୦୧୫ ମସିହାରୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ‘ମିରର ଥିଏଟର’ ସହ ଜଡ଼ିତ ରହି ସୋନିଆ ନିଜର ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି। ନିଜର କଠିନ ପରିଶ୍ରମ ବଳରେ ସେ ଅନେକ ସୁପରହିଟ୍ ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କିଛି ପ୍ରମୁଖ ନାଟକ ହେଉଛି:

    • କାଏଁଜୁରୀ (ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ନାଟକ, ଯେଉଁଥିରେ ସୋନିଆ ମୁଖ୍ୟ ଚରିତ୍ରରେ ଥିଲେ)

    • ଲାଲ ପାଏନ ଓ ଉଲପି (ଜାତୀୟ ସ୍ତରରେ ବ୍ୟାପକ ପ୍ରଶଂସିତ)

    • ଭୋକର ଅନେକ ରଙ୍ଗ, ପଣତ କାନି, ଏବଂ ଏପ୍ରିଲ–୨୭

    “ସୋନିଆଙ୍କ ଏହି ସଫଳତା କେବଳ ମିରର ଥିଏଟରର ନୁହେଁ, ବରଂ ସମଗ୍ର ଓଡ଼ିଶାର ନାଟ୍ୟ ଆନ୍ଦୋଳନ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ।” – ଡ. ସୁବାସ ଚନ୍ଦ୍ର ପ୍ରଧାନ (ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, ମିରର ଥିଏଟର)

    ସୋନିଆଙ୍କ ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶାର ସାହିତ୍ୟିକ, ନାଟ୍ୟ କଳାକାର, ଶୁଭେଚ୍ଛୁ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭକାମନା ଜଣାଉଛନ୍ତି। ଏହି ସଫଳତା ଓଡ଼ିଶାର ଅନ୍ୟ ଯୁବ କଳାକାରମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ଯିବା ପାଇଁ ବହୁତ ବଡ଼ ପ୍ରେରଣା ଯୋଗାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ