Wednesday, August 27, 2025
28.1 C
Odisha

    ଏନ୍‌ଆଇଏ ର ଏସ୍‌ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌ ସାଗରିକା ନାଥ

    ଆଗକୁ ପଢନ୍ତୁ

    ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏସ୍‌ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌ ସାଗରିକା ନାଥ । ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସାଗରିକା ନାଥଙ୍କ ‘ଏନ୍‌ଆଇଏ’ରେ ଏସ୍‌ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।

    ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଚର୍ଚ୍ଚିତ । କମିସନରେଟ୍‌ ପୁଲିସରେ ଥିବା ବେଳେ ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାଗରିକା ନାଥ ବର୍ତ୍ତମାନ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରି ପ୍ରଶଂସା ପାଇଛନ୍ତି ।

    ସୂଚନାଯୋଗ୍ୟ, ସାଗରିକାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ସେ ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ରୁ ମାଟ୍ରିକ୍ ପାସ୍ ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପଢ଼ିଥିଲେ । ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଆଇପିଏସ୍‌ ଚାକିରିରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    79 %
    1.1kmh
    100 %
    Wed
    27 °
    Thu
    30 °
    Fri
    29 °
    Sat
    27 °
    Sun
    29 °

    ସମ୍ବନ୍ଧିତ