Monday, October 5, 2026
21.7 C
Odisha

    ଏଫବିଆଇ ନିର୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ଵସ୍ତ କାଶ ପଟେଲ ଆଜି ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫବିଆଇ) ନିର୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ପବିତ୍ର ଗ୍ରନ୍ଥ ଭଗବତ ଗୀତାକୁ ଛୁଇଁ ସେ ଶପଥ ନେଇଛନ୍ତି। ଏହା ସହିତ ସେ ଏଫବିଆଇର ନେତୃତ୍ଵ ନେବାରେ ୯ମ ବ୍ୟକ୍ତି ପାଲଟି ଯାଇଛନ୍ତି। ୱାଶିଂଟନ ଡିସିସ୍ଥିତ ହ୍ବାଇଟହାଉସ ପରିସରରେ ଥିବା ଆଇଜନହାବର କାର୍ଯ୍ୟାଳୟ କୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକାର ଆଟର୍ନି ଜେନେରାଲ ପ୍ୟାମ ବାଣ୍ଡି ତାଙ୍କୁ ଶପଥପାଠ କରାଇଥିଲେ।କାଶ ପଟେଲଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏଫବିଆଇ ଏଜେଣ୍ଟମାନଙ୍କ ମଧ୍ୟରେ କାଶ ପଟେଲଙ୍କ ଲୋକପ୍ରିୟତା ଯୋଗୁ ତାଙ୍କୁ ଏହି ପଦବୀ ମିଳିଛି। କାଶ ଏହି ପଦବୀରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତମ ବ୍ୟକ୍ତି ପ୍ରମାଣିତ ହେବେ। ସେ ମଜଭୁତ ଏବଂ ଦୃଢ଼ ବିଚାରସମ୍ପନ୍ନ ବ୍ୟକ୍ତି ବୋଲି ଟ୍ରମ୍ପ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ