Monday, October 5, 2026
22.4 C
Odisha

    ଏବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା : ଜୁନ୍‌ରେ ୩୦%, ଜୁଲାଇ-ଅଗଷ୍ଟରେ ୨୦% କମ୍‌

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ସ୍ୱାଭାବିକଠାରୁ ଓଡ଼ିଶାରେ ହେବ କମ୍‌ ବର୍ଷା । ଓଡ଼ିଶା ସହ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟ କମ୍‌ ବର୍ଷା ଯୋଗୁଁ ପ୍ରଭାବିତ ହେବ। ପାଣିପାଗ ଏଜେନ୍ସି ସ୍କାଏମେଟ୍‌ କରିଛି ଏପରି ପୂର୍ବାନୁମାନ। ସ୍କାଏମେଟର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ। ୮ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ୍‌ରେ ଜୁନ୍‌ ଓ ଜୁଲାଇରେ କମ୍‌ ବର୍ଷା ହେବ। ତେବେ ଏହି ରାଜ୍ୟଗୁଡ଼ିକରେ ଅଗଷ୍ଟରେ ସ୍ୱାଭାବିକ ବର୍ଷା ହୋଇପାରେ। ମାତ୍ର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବ। ସେପ୍ଟେମ୍ବର ମାସରେ ବର୍ଷା ପୁନର୍ବାର ସ୍ୱାଭାବିକସ୍ତରକୁ ପେରିବ।

    ସାଧାରଣତଃ ଜୁନ୍‌ ୧ ତାରିଖରୁ କେରଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ମୌସୁମୀର ଆଗମନ ହୋଇଥାଏ। ପ୍ରାୟ ୪ ମାସ ଧରି ମୌସୁମୀ ଦେଶରେ ସକ୍ରିୟ ରହେ ଓ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ଭାବରେ ଗଣା ଯାଇଥାଏ। ଚାଷ ପାଇଁ ଏହା ଉତ୍ତମ ସଙ୍କେତ ବୋଲି କୁହାଯାଏ। ସ୍କାଏମେଟ୍‌ ସୂଚନା ଅନୁସାରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧିରେ ୮୬୮.୬ ମି.ମି ବର୍ଷାକୁ ସ୍ୱାଭାବିକ କୁହାଯାଇଥାଏ। ଏହି ସମୟ ମଧ୍ୟରେ ଅନ୍ତତଃପକ୍ଷେ ଏତିକି ପରିମାଣର ବର୍ଷା ହେବାର ଆବଶ୍ୟକତା ରହିଛି । ମାତ୍ର ଚଳିତ ବର୍ଷ ଦେଶର ଅନ୍ୟାନ୍ୟ ଭାଗରେ ବର୍ଷାର ପରିମାଣ ସ୍ୱାଭାବିକ ଥିବାବେଳେ ପୂର୍ବ ଭାରତର ଓଡ଼ିଶା ସମେତ ୪ ରାଜ୍ୟ ସ୍ୱାଭାବିକ ବର୍ଷାରୁ ବଞ୍ଚିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ