Thursday, October 8, 2026
22.2 C
Odisha

    ଏବେ ଜନପଥରେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଏବେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା । ଭୁବନେଶ୍ବର ଜନପଥ ରୋଡ୍ ରେ କାର୍ କିମ୍ବା ବାଇକ୍ ପାର୍କିଂ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଭୁବନେଶ୍ୱର ମହାନଗର ନିଗମ ଆଣିଛି ନୂଆ ନୋଟିଫିକେସନ। ସହରରେ ଟ୍ରାଫିକ ସମସ୍ୟାର ସୁଧାର ପାଇଁ ଏହି ନିୟମ ନା ଜରିମାନା ଆଦାୟ ଲକ୍ଷ୍ୟ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

    ବିଏସସିଏଲ୍ (BSCL) ର ଅନୁରୋଧ କ୍ରମେ ଶହୀଦ ନଗର ମଲ୍ଟି-ଲେଭଲ୍ କାର୍ ପାର୍କିଂ (MLCP) ଆଖପାଖ ଅଞ୍ଚଳରେ ଥିବା ଚିହ୍ନଟ “ନୋ ପାର୍କିଂ ଜୋନ୍” ଗୁଡ଼ିକରୁ ଗାଡ଼ି ଉଠାଇବା ପାଇଁ ବିଏମସି ପକ୍ଷରୁ ମେସର୍ସ ଆରତୀ ଏଣ୍ଟରପ୍ରାଇଜେସ୍ କୁ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଛି।

    ଜନପଥ ଏବଂ ଶହୀଦ ନଗର ଅଞ୍ଚଳର ଏହି ନିର୍ଦ୍ଧାରିତ ରାସ୍ତାଗୁଡ଼ିକରେ ଗାଡ଼ି ପାର୍କିଂ କଲେ ତୁରନ୍ତ ଟୋଇଂ କରାଯିବ । ବାଣୀବିହାର ମେଟ୍ରୋ ଟାୱାରରୁ ଆଇଡିବିଆଇ ସ୍କୋୟାର, ଜନପଥ, ଜନପଥ (କଲ୍ୟାଣ ଜୁଏଲର୍ସ) ରୁ ସ୍ପର୍ଶ ହସ୍ପିଟାଲ ଦେଇ ଚରକ ମେଡିକାଲ ଓ ଆଲୋକ ଭାରତୀ ବିଲଡିଂରୁ ଶହୀଦ ନଗର ଦୁର୍ଗା ମଣ୍ଡପ ଯାଏ ଗାଡ଼ି ରଖିଲେ ଆକ୍ସନ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ