Friday, June 26, 2026
25.9 C
Odisha

    ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

    ଆଗକୁ ପଢନ୍ତୁ

    ପୁରୀ : ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି ।  ଭୁବନେଶ୍ୱର-ବ୍ରହ୍ମଗିରି-କୋଣାର୍କ ପଟୁ ଦୁଇ ଚକିଆରେ ପୁରୀ ଗଲେ ମାର୍କେଟ୍ ଛକ ପର୍ଯ୍ୟନ୍ତ ଅନୁମତି ମିଳିବ ।  ମ୍ୟୁନିସିପାଲିଟି ମାର୍କେଟିଂ କମ୍ପ୍ଲେକ୍ସରେ ଗାଡ଼ି ରଖିବେ ।  ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଫୁଲ୍ ଥିଲେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ ଯାତ୍ରୀ ।

    ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିଲେ ନରେନ୍ଦ୍ର କୋଣରୁ ଜଟିଆ ବାବା ଛକ ଦେଇ ଫେରିବେ ।  ସେହିପରି ମ୍ୟୁନସିପାଲିଟି ମାର୍କେଟ କମ୍ପ୍ଲକ୍ସରେ ପାର୍କିଂ କରିଥିଲେ ମେଡିକାଲ ଛକ ଦେଇ ଫେରିବେ ।  ଯାତ୍ରୀ ଦୁଇ ଚକିଆରେ ସମୁଦ୍ର କୂଳକୁ ଆସୁଥିଲେ ଭିଆଇପି ରୋଡ୍ ଦେଇ ଦିଗବାରିଣିରେ ପାର୍କିଂ କରିବେ।

    – ହାଲୁକା ଯାନ ନେଇ ଭୁବନେଶ୍ୱର ପଟୁ ପୁରୀ ଯାଉଥିଲେ, ସାକ୍ଷୀଗୋପାଳ- ମାଳତିପାଟପୁର-ବାଟଗାଁ-ଶ୍ରୀସେତୁ ଦେଇ ନ୍ୟୁ JBPCରେ ପାର୍କିଂ କରିବେ ।   ନ୍ୟୁ JBPC ପାର୍କିଂ ଫୁଲ୍ ଥିଲେ ଜେଲ୍ ରୋଡ୍ ରେ ପାର୍କିଂ କରିବେ । ଜେଲ୍ ରୋଡ୍ ପାର୍କିଂ ଫୁଲ୍ ଥିଲେ ମେଡିକାଲ ଛକ- ବଡଶଙ୍ଖ ଦେଇ ଶରଧା ବାଲି ନିକଟରେ ପାର୍କିଂ କରି ପାରିବେ ଯାତ୍ରୀ ।  ଶରଧାବାଲି ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମେଡିକାଲ ଛକ-ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଏବଂ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖି ପାରିବେ।  ସବୁ ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମାଳତିପାଟପୁର-ଆରଓବି-ବାଇଦାସ ନଗର- ଗ୍ରୀଡ ଷ୍ଟେସନ-ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂରେ ଗାଡ଼ି ରଖିବେ ।

    – ଯାତ୍ରୀ କୋଣାର୍କ ପଟୁ ଆସୁଥିଲେ ବାଇଦାସ ନଗର- ଗ୍ରୀଡ ଷ୍ଟେସନ- ପେଣ୍ଠକଟା- ସିଟି ରୋଡ୍- ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖିବେ। ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଓ ହେଟେଲ ନୀଳାଚଳନ ଆଶୋକ ପାର୍କିଂ ଫୁଲ ହେଲେ ଯାତ୍ରୀ ଭୁଦାନ ଛକ ଦେଇ ତାଳବଣିଆ ପାର୍କିଂ-ଆଇଟିଆଇ ପାର୍କିଂରେ ଗାଡ଼ି ରଖିବେ  ।

    -ଯାତ୍ରୀ ବ୍ରହ୍ମଗିରି ପଟୁ ଆସୁଥିଲେ ଶ୍ରୀସେତୁ ଦେଇ ନ୍ୟୁ JBPC ପାର୍କିଂରେ ଗାଡ଼ି ରଖିବେ । ଏହାସହ ଯାତ୍ରୀ ମଙ୍ଗଳା ଘାଟ ଛକ- ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ଗାଡ଼ି ରଖି ପାରିବେ। ଯାତ୍ରୀମାନେ ହାଲୁକା ଯାନ ନେଇ ସମୁଦ୍ର କୂଳକୁ ଯାଉଥିଲେ ବାଟଗାଁ- ମଙ୍ଗଳା ଘାଟ- ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ଗାଡ଼ି ରଖି ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    86 %
    2.1kmh
    100 %
    Fri
    26 °
    Sat
    37 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ