Saturday, December 27, 2025
15.1 C
Odisha

    ଏବେ ବଢ଼ିଲା ରୁପା ରେଟ୍

    ଆଗକୁ ପଢନ୍ତୁ

    ଏବେ ଆଉ ପାଉଁଜି,ଗହଣା,ମୂର୍ତ୍ତି କିଣିବା ହେବ ମହଙ୍ଗା । କାରଣ ନୂଆବର୍ଷ ପୂର୍ବରୁ ପୁଣି ଚମକିଲାଣି ରୁପା । ସୁନା ପରେ ଏବେ ବଢ଼ିଲା ରୁପାର ଭାଉ । ବଜାରରେ ଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛି । ଭୁବନେଶ୍ବରରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଶୁକ୍ରବାର ଏହାର ଦାମ୍ ୯୦୦୦ ଟଙ୍କା ବୃଦ୍ଧି ପାଇ ୨,୫୪,୦୦୦ ଟଙ୍କା ଛୁଇଁଛି । ଏଥିସହିତ ଗତ ପାଞ୍ଚ ଦିନରେ ମୋଟ୍‌ ଉପରେ ରୁପା କେଜି ୨୮ହଜାର ଟଙ୍କା ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଛି । ବିଦେଶରେ ରୁପାର ଆଉନ୍ସ ପିଛା ଦର ୭୫ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଇଲେକ୍ଟ୍ରିକ୍ ଯାନ ଓ ‌ସୋଲାର ଉପକରଣ ଆଦି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଥିବାରୁ ଏହି ଧଳା ମୂଲ୍ୟବାନ ଧାତବର ଚାହିଦା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ସୁନା ତୁଳନାରେ ଏହା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ମଧ୍ୟ ଏହା ବେଶ ଆକର୍ଷଣୀୟ ହୋଇଛି ।

    ରୁପା ଭଳି ସୁନା ବି ମହଙ୍ଗା ହେବାରେ ପଛରେ ପଡ଼ିନି। ଶୁକ୍ରବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୮,୩୫୦ ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୭୦ ଟଙ୍କା ବୃଦ୍ଧି ପାଇ ୧,୪୦,୦୨୦ ଟଙ୍କା ହୋଇଛି । ଚଳିତ ସପ୍ତାହର ପ୍ରଥମ ପାଞ୍ଚ ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୫୩୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୫୮୪୦ ଟଙ୍କା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୫୦୦ ଡଲାର ଉପରକୁ ଯାଇଛି । ଆଗାମୀ ଦିନରେ ତାହାର ମୂଲ୍ୟ ୪୮୯୦ ଡଲାରକୁ ବଢ଼ିବା ଆଶଙ୍କା ରହିଛି ।

    ସୁନା ଏବଂ ରୁପା ଭାରତୀୟ ବଜାରରେ ଏକ ସୁରକ୍ଷିତ ନିବେଶ ହୋଇଥିବା ବେଳେ ପ୍ରତିଦିନ ଲୋକ ଗୁଗଲରେ ସୁନା ଏବଂ ରୁପା ଦର ଚେକ୍ କରୁଛନ୍ତି । ଶନିବାର ବଜାର ବନ୍ଦ ହେବା ସତ୍ତ୍ବେ ସୁନା-ରୁପା ଦାମରେ ବଡ଼ଧରଣର ହଲଚଲ ହେବା ଦେଖା ଦେଇଥିଲା । ନିବେଶ ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣ ଲମ୍ବା ସମୟ ନିବେଶ ପାଇଁ ଚିନ୍ତା କରୁଛନ୍ତି ତେବେ ସୁନା ସବୁବେଳେ ସୁରକ୍ଷିତ ବିକଳ୍ପ ବୋଲି କୁହାଯାଇପାରିବ । ଖାସ୍ କରି ସୁନା-ରୁପା ମହଙ୍ଗା ସମୟରେ ସେୟାର୍ ବଜାର ଖସିବା ସମୟରେ ଏବଂ ଆର୍ଥୀକ ଅନିଶ୍ଚିତତା ସମୟରେ ଏହା ଅନୁକୂଳ ସାବ୍ୟସ୍ତ ହେବ । ତେବେ ଆଗକୁ ମଧ୍ୟ ସୁନା ଏବଂ ରୁପା ଉଭୟର ଦାମ୍ ବଢ଼ିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    48 %
    1.6kmh
    0 %
    Sat
    15 °
    Sun
    27 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ