Thursday, October 8, 2026
24.4 C
Odisha

    ଏବେ ବି ଏହି ସ୍ଥାନକୁ ଆସୁଛନ୍ତି ଭଗବାନ କୃଷ୍ଣ, ଗୋପୀଙ୍କ ସହ କରନ୍ତି ରାସଲୀଳା

    ଆଗକୁ ପଢନ୍ତୁ

    ସାଧାରଣତଃ ଅନେକ ଲୋକ ଭାବନ୍ତି କଳିଯୁଗରେ ଭଗବାନ କଣ ସତରେ ଅଛନ୍ତି ? ସେ କଣ ସବୁ ଶୁଣୁଛନ୍ତି କି ଦେଖୁଛନ୍ତି?ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ । ଭଗବାନଙ୍କୁ ଆଖିରେ ହୁଏତ ଆମେ ଦେଖି ନଥାଉ ତଥାପି ପୂଜା, ଭକ୍ତି କରୁ ଏବଂ ମନ୍ଦିର ଯାଉ ।

    ଯଦି ଆମେ ଆପଣଙ୍କୁ କହିବୁ ଭଗବାନ କେବଳ ମନ୍ଦିରରେ ନଥାନ୍ତି । ବରଂ ସେ ପ୍ରତିଦିନ ରାତିରେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଆନ୍ତି, ତେବେ ଆପଣ କ’ଣ ବିଶ୍ୱାସ କରିବେ? ଏହି ବୈଜ୍ଞାନିକ ଏକବିଂଶ ଶତାବ୍ଦୀରେ ଭାରତରେ ଏପରି ଏକ ଜଙ୍ଗଲ ଅଛି ଯେଉଁଠାରେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ବିଜ୍ଞାନର ନିୟମ କାମ କରିବା ବନ୍ଦ ହୋଇଯାଏ? ଯେଉଁଠାରେ ବିଜ୍ଞାନ ଉପରେ ପ୍ରଶ୍ନ ଉଠିଥାଏ । ଆଉ ଯଦି ଭୁଲବଶତଃ କେହି ସେଠାରେ ଗୋଟିଏ ରାତି ସାରା ରୁହନ୍ତି ତେବେ ତାଙ୍କ ସହ ଏଭଳି କିଛି ଘଟିଥାଏ ଯାହା କହିବା କଷ୍ଟକର ହୋଇପଡେ । ଏହା ଆପଣଙ୍କୁ କୌଣସି ଏକ ଫିଲ୍ମ ପରି ଲାଗୁଥାଇପାରେ ସତ ହେଲେ ଏହା ହିଁ ସତ । ଯେଉଁ ସ୍ଥାନ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ।

    ଏହି ସ୍ଥାନ ହେଉଛି ନିଧିବନ । ଯାହା ବୃନ୍ଦାବନରେ ଅବସ୍ଥିତ ଏକ ରହସ୍ୟମୟ ସ୍ଥାନ, ଯେଉଁଠାରେ ବିଜ୍ଞାନ ମଧ୍ୟ ବିଫଳ ହୁଏ ।  ସେହି ସ୍ଥାନରେ ପ୍ରବେଶ କରିବା ମାତ୍ରେ ଏକ ଭିନ୍ନ ଶକ୍ତି ଏବଂ ଶୀତଳତା ଅନୁଭବ ହୋଇଥାଏ । ଯାହା କେବଳ ଶରୀରକୁ ନୁହେଁ ବରଂ ଆତ୍ମାକୁ ମଧ୍ୟ ସ୍ପର୍ଶ କରେ ।

    ନିଧିବନରେ ଗଛଗୁଡ଼ିକ ଉପରକୁ ନୁହେଁ ତଳକୁ ବଙ୍କା ହୋଇ ରହିଥାଏ । ଏପରି ମନେହୁଏ ଯେପରି ପ୍ରତ୍ୟେକ ଗଛ କୌଣସି ଅଦୃଶ୍ୟ ଶକ୍ତି ନିକଟରେ ପ୍ରଣାମ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏଠାରେ କୌଣସି ଗଛ ଏକା ନୁହେଁ। ପ୍ରତ୍ୟେକ ଗଛ ଅନ୍ୟ ସହିତ ଏପରି ସଂଯୁକ୍ତ ଯେପରି ଦୁଇଜଣ ଲୋକ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ବିଶ୍ବାସ ଅନୁସାରେ ଏଗୁଡିକ କୌଣସି ସାଧାରଣ ଗଛ ନୁହେଁ । ବରଂ ୧୬୦୦୦ ଗୋପୀ । ଯେଉଁମାନେ ଦିନରେ ଗଛ ହୋଇଯାଆନ୍ତି ଏବଂ ରାତିରେ ଭଗବାନ କୃଷ୍ଣଙ୍କ ସହିତ ରାସଲୀଳା କରିଥାଆନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ହିଁ ସତ ।

    ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, ପକ୍ଷୀ ଏବଂ ଅନ୍ୟାନ୍ୟ ପ୍ରାଣୀମାନେ ଦିନ ସାରା ଏହି ଜଙ୍ଗଲରେ ରୁହନ୍ତି । କିନ୍ତୁ ସନ୍ଧ୍ୟା ହେଲେ ସମସ୍ତ ପ୍ରାଣୀ ନିଧିବନ ଛାଡି ଚାଲିଯାଆନ୍ତି । ଫଳରେ ସେହି ସ୍ଥାନରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ । ନିଧିବନରେ ଅବସ୍ଥିତ ରଙ୍ଗ ମହଲ ସବୁଠାରୁ ବଡ଼ ରହସ୍ୟ । ପ୍ରତ୍ୟେକ ସନ୍ଧ୍ୟାରେ ପୂଜାରୀମାନେ ପଲଙ୍କ ସଜାଇ ଚାଦର ବିଛାନ୍ତି, ପାଣି,ପାନ ଏବଂ ପ୍ରସାଦ ରଖି କବାଟରେ ୭ଟି ତାଲା ପକାଇ ଦିଅନ୍ତି ।

    ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପରଦିନ ସକାଳେ କବାଟ ଖୋଲିବା ବେଳକୁ ସଜା ହୋଇଥିବା ବିଛଣା ଅସଜଡା ହୋଇଯାଇଥାଏ । ପାନ ପତ୍ର ଅଧା ଖିଆ ହୋଇଥାଏ ଏବଂ ପାଣି ମଧ୍ୟ ସରିଯାଇଥାଏ ।

    ଅନେକ ଲୋକ ଏହାର ରହସ୍ୟ ଜାଣିବାକୁ କ୍ୟାମେରା ଲଗାଇଥିଲେ । କିନ୍ତୁ କ୍ୟାମରା ବନ୍ଦ ହୋଇଯାଏ ଏବଂ ବ୍ୟାଟେରୀ ସରିଯାଏ । ଏହା ସହିତ ଯେଉଁମାନେ ଏହାର ରହସ୍ୟ ଜାଣିବାକୁ ସେଠାରେ ଥିଲେ ସେମାନେ ଫସି ଯାଇଥିଲେ । କିଛି ଲୋକ ଏହାକୁ ବିଶ୍ବାସ କରୁଥିବାବେଳେ ଆଉ କିଛି ଅନ୍ଧବିଶ୍ବାସ ବୋଲି କହିଥିଲେ ।

    ଏମିତି କିଛି ରହସ୍ୟ ଅଛି ଯାହାକୁ ବେଳେବେଳେ ବୁଝି ହୋଇନଥାଏ । କିଛି ରହସ୍ୟକୁ ଅନୁଭବ କରିବାକୁ ପଡିଥାଏ । ଯଦି ଆପଣ ବୃନ୍ଦାବନ ପରିଦର୍ଶନ କରୁଛନ୍ତି, ତେବେ ସନ୍ଧ୍ୟା ପରେ ସେଠାରେ ରହିବାର ଭୁଲ କେବେ କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ