Thursday, August 6, 2026
24.9 C
Odisha

    ବିରାଟ ଟଝକା, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ କୋହଲି

    ଆଗକୁ ପଢନ୍ତୁ

    କୋହଲିଙ୍କ ଫ୍ୟାନ୍ସଙ୍କୁ ବିରାଟ ଝଟକା । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି ବିରାଟ କୋହଲି । ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଦଳରେ ସ୍ଥାନ ପାଇ ନାହାଁନ୍ତି । ତେବେ କାହିଁକି ବାଦ୍ ଦିଆଯାଇଛି ସେନେଇ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

    ବିସିସିଆଇ କହିବା ମୁତାବକ, ବିରାଟଙ୍କୁ ହେମଷ୍ଟ୍ରିଂ ଆଘାତ ଲାଗିଛି । ବିରାଟଙ୍କ ଗୋଡର ମାଂସପେଶୀରେ ଆଘାତ ଲାଗିଛି । ତେଣୁ ଦଳରେ ସ୍ଥାନ ମିଳିନାହିଁ । ଭାରତ ଜୁନ ୧୩ ତାରିଖରେ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ।

    ତେବେ ବିରାଟଙ୍କ ରିପ୍ଲେସମେଣ୍ଟକୁ ନେଇ ପ୍ରଶ୍ନ ଉଠିଛି । ଯଶସ୍ବୀ ଜୟସୱାଲ, ଶୁବମନ ଗିଲ ଏବଂ ଋତୁରାଜ ଗାୟକୱାଡ ତାଙ୍କ ସ୍ଥାନରେ ଖେଳିପାରନ୍ତି ।

    ସୂଚନାଯୋଗ୍ୟ, ଗତ ଆଇପିଏଲରେ ବିରାଟ ଦମଦାର ଫର୍ମରେ ବ୍ୟାଟିଂ କରିଥିଲେ । ଦିନିକିଆ ସିରିଜ୍ ପାଇଁ ରୋହିତଙ୍କୁ ସ୍ଥାନ ମିଳିଛି । ହେଲେ ସେ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେ ମଧ୍ୟ ଆଇପିଏଲରେ ଆହତ ହୋଇଥିଲେ । ତେଣୁ ଏବେ ସେ ଫିଟନେସ୍ ଟେଷ୍ଟ୍ ଦେଉଛନ୍ତି ।

    ଦିନିକିଆ ସିରିଜ ପାଇଁ ଭାରତୀ ଟିମ୍ : ଶୁବମନ ଗିଲ, ରୋହିତ ଶର୍ମା, ଶ୍ରେୟସ ଆୟର, କେଏଲ ରାହୁଲ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର୍, ହର୍ଷ ଦୁବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.9 ° C
    24.9 °
    24.9 °
    91 %
    1.2kmh
    100 %
    Thu
    29 °
    Fri
    26 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ