ନୂଆଦିଲ୍ଲୀ : ଅଭିନେତ୍ରୀ ଶୃତି ହାସନ ମ୍ୟାଚ୍ ଦେଖିବା ପାଇଁ ଚେନ୍ନାଇର ଏମଏ ଚିନ୍ଦବରମ ଷ୍ଟାଡିୟମରେ ପହଞ୍ଚିଥିଲେ । CSK ଟିମ ଏବଂ ବିଶେଷ କରି ମହେନ୍ଦ୍ର ସିଂ ଧୋନିଙ୍କୁ ସେ ସପୋର୍ଟ କରୁଥିବା ନଜରରେ ଆସିଛନ୍ତି । SRH ଟିମଙ୍କ ଖେଳ CSK ଟିମ୍ ପାଇଁ ଭାରି ପଡିଥିଲା । ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ । IPL୨୦୨୫ର ୪୩ତମ ମ୍ୟାଚ ପାଇଁ CSKଟିମ୍ ଏବଂ SRH ଟିମ୍ ଆମ୍ନାସାମ୍ନା ହୋଇଥିଲେ । ପସନ୍ଦ କରିଥିବା CSKଟିମର ପରାଜୟରେ ଅଭିନେତ୍ରୀ ଶୃତି ହାସନ କାନ୍ଦିଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଧୋନି ଭଲ ପ୍ରଦର୍ଶନ କରିଥିଲେ ହୁଏତ ତାଙ୍କୁ କିଛି ମାତ୍ରାର ଖୁସି ମିଳିପାରିଥାନ୍ତା । କିନ୍ତୁ ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ । ଯାହା ଫଳରେ ତାଙ୍କ ଆଖିରୁ ଲୁହ ବୋହିଆସିଥିଲା ଏବଂ ନିଜ ଲୁହକୁ ନିଜେ ପୋଛୁଥିବାର ନଜରରେ ଆସିଛନ୍ତି । ଯାହାର ଫଟୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
SRH ଟିମର ୮ଟି ବଲ ବାକିଥିବାବେଳେ ୫ଟି ୱିକେଟରେ CSK ଟିମକୁ ପରାସ୍ତ କରି ଇତିହାସ ସୃଷ୍ଟି କରିପାରିଛି । SRH ଟିମ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ CSKକୁ ୧୫୪ରନରେ ଅଲଆଉଟ୍ କରିଥିଲେ । CSKଟିମର ବ୍ୟାଟ୍ସମ୍ୟାନ ଆୟୁଷ ମହାତ୍ର ୩୦ ରନ୍ କରିଥିଲେ । ସେତେବେଳେ ଡେବ୍ୟୁଟାଣ୍ଟ ଡେୱାଲ୍ଡ ବ୍ରେଭିସ୍ 44 ରନ୍ ପାର କରିସାରିଥିଲେ । କିନ୍ତୁ ଧୋନି ବ୍ୟାଟିଂରେ ୧୦ଟି ବଲରେ ୬ଟି ରନ୍ କରିଥିଲେ । ଏହି ଛୋଟ ଟାର୍ଗେଟକୁ ୧୮.୪ ଓଭରରେ SRHଟିମ୍ ହାସଲ କରିଥିଲା । ଇତିହାସରେ ପ୍ରଥମ ଥର ପାଇଁ SRHଟିମ୍ CSK ଟିମକୁ ପରାସ୍ତ କରିବାରେ ସଫଳ ହୋଇପାରିଥିଲା ।