Monday, March 2, 2026
22.7 C
Odisha

    ଏମାନେ ବନ୍ଦ କରିଦେବେ ସବୁ ମାଗଣା ଯୋଜନା

    ଆଗକୁ ପଢନ୍ତୁ

    ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରଜନୈତିକ ମହଲରେ ସରଗରମ ଜାରି ରହିଛି। ଏଠାରେ ଆମ୍ ଆଦମୀ ପାର୍ଟୀ ଏବଂ ବିଜେପି ମଧ୍ୟରେ ଟାର୍ଗେଟ କରିବା ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ସ୍ଲୋଗାନ ‘ବଦଲ୍ କର୍ ରହେଙ୍ଗେ’କୁ ନେଇ ପାର୍ଟୀକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ନିଜ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି। ବିଜେପି ଯଦି ଜିତିବ ତେବେ ‘ଆପ’ କରିଥିବା କାର୍ଯ୍ୟକୁ ପରିବର୍ତ୍ତନ କରିଦେବ।
    ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆଜି ବିଜେପି ସ୍ଲୋଗାନ ଦେଇଛି ଯେ; ପରିବର୍ତ୍ତନ କରି ହିଁ ରହିବୁ। ଯାହା ଡର ଥିଲା, ତାହା ହିଁ ହେଲା। ମୁଁ ପ୍ରଥମରୁ କହିଥିଲି ଯେ, ଯଦି ସେମାନଙ୍କୁ ଭୋଟ ଦେଲେ ତେବେ ଦିଲ୍ଲୀର ଜନତାଙ୍କ ପାଇଁ ଦୀର୍ଘ ୧୦ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟୀ ଯାହା କରିଛି ତାକୁ, ଏହି ଲୋକମାନେ ପରିବର୍ତ୍ତନ କରିଦେବେ। ସେ କହିଛନ୍ତି, ‘ଆଜି ସେମାନେ ଅଫିସିଆଲ ଭାବେ ଘୋଷଣା କରିଛନ୍ତି ଯେ, ସେମାନେ ସବୁକିଛି ପରିବର୍ତ୍ତନ କରିଦେବେ। ଯଦି ୨୪ ଘଣ୍ଟାରେ ବିଜୁଳି ବନ୍ଦ ହୋଇଯିବ, ତେବେ ପାୱାର କଟ୍ ହେବାକୁ ଲାଗିବ। ମାଗଣା ବିଦ୍ୟୁତ ବନ୍ଦ ହୋଇଯିବ। ହଜାର ଟଙ୍କା ବିଜୁଳି ବିଲ୍ ଆସିବ, ସମସ୍ତ ସରକାରୀ ସ୍କୁଲ ପୁଣିଥରେ ବର୍ବାଦ ହୋଇଯିବ, ସମସ୍ତ ଗଳିରେ ଥିବା କ୍ଲିନିକକୁ ବନ୍ଦ କରିଦିଆଯିବ, ସମସ୍ତ ସରକାରୀ ହସ୍ପିଟାଲରେ ମିଳୁଥିବା ମାଗଣା ଔଷଧ ଏବଂ ଚିକିତ୍ସାକୁ ବନ୍ଦ କରିଦିଆଯିବ। ବହୁତ ଭାବି ଚିନ୍ତି ଭୋଟ ଦେବେ। ସେମାନେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    49 %
    2kmh
    0 %
    Sun
    23 °
    Mon
    35 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ