Wednesday, January 21, 2026
22.8 C
Odisha

    ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଚିଆ ସିଡ୍ସ, ସ୍ବାସ୍ଥ୍ୟ ଉପରେ ପଡିବ କୁପ୍ରଭାବ

    ଆଗକୁ ପଢନ୍ତୁ

    ଆଜିକାଲି ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଫଳରେ ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଯାହାର ମୁଖ୍ୟ କାରଣ ଖରାପ ଖାଦ୍ୟପେୟ ହୋଇଥାଏ ।  ତେଣୁ ଆମ ସୁସ୍ଥ ଶରୀର ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ହେଲଦି ଫୁଡ୍ ଭାବେ ବର୍ତ୍ତମାନ ଚିଆ ସିଡସକୁ ବିବେଚନା କରାଯାଉଛି । ଏଥିରେ ଅନେକ ପୋଷକ ତତ୍ତ୍ବ ଥିବାରୁ ଏହା ଆମକୁ ଅନେକ ଫାଇଦା  ଦେଇଥାଏ । ଯାହା ସୁପରଫୁଡ୍ ଭାବେ ଆମ ଶରୀରରେ କାର୍ଯ୍ୟକାରୀ କରିଥାଏ ।

    ଯଦି ହେଲଦି ଖାଇବା କଥା କୁହାଯାଏ ତେବେ ପ୍ରଥମେ ଚିଆ ସିଡସର ନାଁ ନିଶ୍ଚୟ ଆସିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଏହାର ଲୋକପ୍ରିୟତା ଖୁବ୍ ରହିଛି । ଏଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଓମେଗା-୩ ସମେତ ପ୍ରୋଟିନ୍ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ କିଛି ଲୋକମାନଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ ।

    ଅଧିକାଂଶ ଲୋକେ ଚିଆ ସିଡ୍ସର ଲାଭକାରୀ ଗୁଣ ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ପ୍ରାୟତଃ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ତେବେ ଏହାକୁ ଖାଇବାର ଲାଭ ସମ୍ପର୍କରେ ଆପଣମାନେ ତ ଜାଣିଥିବେ ନିଶ୍ଚୟ ହେଲେ ଆଜି ଆମେ ଏହାର କ୍ଷତିକାରକ ଗୁଣ ବିଷୟରେ ଜଣାଇବୁ ।

    ଅଧିକ ପରିମାଣରେ ଚିଆ ସିଡ୍ସ ଖାଇବା ଦ୍ଵାରା ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ପେଟ ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆପଣ ଚିଆ ସିଡ୍ସକୁ ସୀମିତ ପରିମାଣରେ ଖାଇବା ଉଚିତ । ଅତ୍ୟଧିକ ଚିଆ ସିଡ୍ସ ଖାଇବା ଦ୍ଵାରା ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ଗ୍ୟାସ ଭଳି ସମସ୍ୟା ହୋଇପାରେ ।

    ଉଚ୍ଚ ରକ୍ତଚାପ ପୀଡିତ ଲୋକଙ୍କୁ ପ୍ରାୟତଃ ଚିଆ ସିଡ୍ସ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଏଥିରେ ଥିବା ଗୁଣ ରକ୍ତଚାପ କମାଇବାରେ ପ୍ରଭାବଶାଳୀ ହୋଇପାରେ । ତେଣୁ ଲୋବ୍ଲଡପ୍ରେସର ଲୋକ ଚିଆ ସିଡ୍ସ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଏହା ସେମାନଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।

    ଏହା ବ୍ୟତୀତ ଚିଆ ସିଡ୍ସ ଖାଇବା ଦ୍ୱାରା ସ୍କିନ୍ ଆଲର୍ଜି ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିପାରେ ।

    ଚିଆ ସିଡ୍ସ ଅଧିକ ଖାଇବା ଦ୍ବାରା ରକ୍ତକୁ ପତଳା କରିଦେଇଥାଏ । ସେଥିପାଇଁ ଡାକ୍ତରଙ୍କ ବିନା  ପରାମର୍ଶରେ ଏହା ଖାଇବା ଆଦୌ ଉଚିତ୍ ନୁହେଁ ।

    ଚିଆ ବିହନ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । ଏଗୁଡ଼ିକରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ ଏବଂ ସେମାନେ ଧୀରେ ଧୀରେ ଶର୍କରା ଶୋଷଣ କରିଥାଆନ୍ତି । ତଥାପି, ଯଦି କେହି ଇନସୁଲିନ୍ କିମ୍ବା ଏହି ସମସ୍ୟା ପାଇଁ ଔଷଧ ଖାଉଛନ୍ତି, ତେବେ ପ୍ରତିଦିନ ଚିଆ ସିଡ୍ସ ଖାଇବାର ଅଭ୍ୟାସକୁ କମାଇ ଦିଅନ୍ତୁ ।

    ଏତିକି ନୁହେଁ ଗର୍ଭବତା ମିହିଳା,ପିଲାମାନଙ୍କୁ ମଧ୍ୟ ମନ ଇଚ୍ଛା ଭାବରେ ଚିଆସିଡ୍ସ ଖାଇବାକୁ ଦିଅନ୍ତୁ ନାହିଁ । ନଚେତ୍ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    36 %
    0.5kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ