Friday, October 2, 2026
28.6 C
Odisha

    ଏମିତି ନିଅନ୍ତୁ ଫୁସ୍‌ଫୁସ୍‌ର ଯତ୍ନ

    ଆଗକୁ ପଢନ୍ତୁ

    ଫୁସ୍‌ଫୁସ୍‌କୁ ଭଲ ରଖିବାକୁ ହେଲେ ପ୍ରଥମେ ଆମକୁ ଧୂମପାନଠାରୁ ଦୂରେଇ ରହିବାକୁ ପଡ଼ିବ। ଏହାକୁ ଛାଡ଼ିଦେଲେ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ପ୍ରଚୁର ପାଣି ପିଇବା ଦ୍ବାରା ମଧ୍ୟ ଆମେ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିପାରିବା।

    ଧୂମପାନ କରନ୍ତୁ ନାହିଁ : ଧୂମପାନ କରିବା ଦ୍ବାରା ଫୁସ୍‌ଫୁସ୍‌ ସବୁଠାରୁ ଅଧିକ ଅସୁସ୍ଥ ହୋଇପଡ଼େ। ତେବେ ଧ୍ୟାନ୍‌ ରଖନ୍ତୁ ପାର୍ସିଆଲ୍‌ ସ୍ମୋକିଂ ବି କ୍ଷତିକାରକ। ପାର୍ସିଆଳ୍‌ ସ୍ମୋକିଂ କହିଲେ; ଆମେ ନିଜେ ଧୂମପାନ ନକଲେ ବି ଯଦି କେହି ଧୂମପାନ କରୁଥିବା ବ୍ୟକ୍ତି ଛାଡୁଥିବା ଧୂଆଁର ସଂସ୍ପର୍ଶରେ ଆସିବା।

    ଉତ୍ତମ ଖାଦ୍ୟ ଗ୍ରହଣ କରନ୍ତୁ : ସୁସ୍ଥକର ଖାଦ୍ୟର କୌଣସି ବିକଳ୍ପ ନାହିଁ। ଫଳ, ପନିପରିବା ଏବଂ ସମ୍ପୂର୍ଣ୍ଣ ଶସ୍ୟରେ ଭରପୂର ଖାଦ୍ୟ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ପ୍ରଦାନ କରେ। ସେଭଳି ଖାଦ୍ୟ ଗ୍ରହଣ କରିବା ଶରୀର ପାଇଁ ଖୁବ୍ ଉପକାରୀ।

    ନିୟମିତ ବ୍ୟାୟାମ କରନ୍ତୁ : ପ୍ରତିଦିନ କିଛି ନା କିଛି ଶାରିରୀକ କାର୍ଯ୍ୟ କରିବା ଜରୁରୀ। ଦ୍ରୁତ ଗତିରେ ଚାଲିବା, ପହଂରିବା କିମ୍ବା ନୃତ୍ୟାଭ୍ୟାସ କରିବା ଫୁସ୍‌ଫୁସ୍‌ ପାଇଁ ଭାରି ଭଲ।

    ପ୍ରଚୁର ପାଣି ପିଅନ୍ତୁ : ଆବଶ୍ୟକୀୟ ପରିମାଣର ପାଣି ପିଇବା ଦ୍ବାରା ଅନେକ ସମସ୍ୟାକୁ ଏଡ଼େଇ ଦେଇହୁଏ। ପ୍ରଚୁର ପାଣି ପିଇବା ଆପଣଙ୍କ ଫୁସଫୁସରେ ଥିବା କଫକୁ ପତଳା ଏବଂ ସଫା କରିବା ସହଜରେ ସାହାଯ୍ୟ କରେ।

    ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ : ବାୟୁ ପ୍ରଦୂଷଣରୁ ନିଜକୁ ଦୂରେଇ ରଖିଲେ ଫୁସ୍‌ଫୁସ୍‌ ପାଇଁ ଖୁବ୍ ଭଲ। ମାସ୍କ ପିନ୍ଧିବା ହେବ ସବୁଠାରୁ ଭଲ ପଦକ୍ଷେପ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ