Friday, April 3, 2026
39.1 C
Odisha

    ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ, ଉପକୃତ ହେବେ ୪୦୦ ଦୀର୍ଘକାଳୀନ ଅସୁସ୍ଥ ଓ ଶଯ୍ୟାଶାୟୀ ରୋଗୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ (ଏଆଇଆର୍‌) ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅନନ୍ୟ ପ୍ରକଳ୍ପ ଆଇସିୟୁ ପରବର୍ତ୍ତୀ ଯତ୍ନ ଏବଂ ଗୁରୁତର ରୋଗୀଙ୍କ ପୁନର୍ବାସ ଉପରେ କେନ୍ଦ୍ରିତ ଏକ ପରିବର୍ତ୍ତନକାରୀ ଚାରି ବର୍ଷର ପ୍ରୟାସର ପରିଣାମ, ଯାହା ୪୦୦ ରୁ ଅଧିକ ଦୀର୍ଘକାଳୀନ ଅସୁସ୍ଥ, ଶଯ୍ୟାଶାୟୀ ରୋଗୀ ଏବଂ ସେମାନଙ୍କ ପରିବାରକୁ ଲାଭ ପହଞ୍ଚାଇଛି। ଏମ୍‌ସରେ ଅନୁଷ୍ଠିତ ଚୂଡ଼ାନ୍ତ ଅଂଶୀଦାରମାନଙ୍କ ବୈଠକରେ ଏହି ପ୍ରକଳ୍ପକୁ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସଫଳତାର ସହିତ କାର୍ଯ୍ୟାନ୍ବୟନ କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ।ଏହି ଏଆଇଆର୍‌ ପ୍ରକଳ୍ପ ରୋଗୀ ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ନିବେଶ (ପିପିଆଇ) ମଡେଲ୍ ପ୍ରଚଳନ ଏବଂ କାର୍ଯ୍ୟକାରୀ କରିଛି। ଏହା ଏକ ଅଗ୍ରଣୀ ପଦ୍ଧତି ଯାହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବା ସହିତ, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୋଷ୍ଠୀର ସକ୍ରିୟ ଯୋଗଦାନକୁ ସଶକ୍ତ କରିଥାଏ।

    ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ, ରୋଗୀ ଏବଂ ସେମାନଙ୍କ ପରିବାର ସହିତ ସିଧାସଳଖ ଆଲୋଚନା କରି ପ୍ରକଳ୍ପର ପ୍ରଭାବ ବିଷୟରେ ପ୍ରତ୍ୟକ୍ଷ ଅନ୍ତର୍ଦୃଷ୍ଟି ସଂଗ୍ରହ କରିଥିଲେ। ଡ. ସ୍ୱାଗତା ତ୍ରିପାଠୀଙ୍କ ନେତୃତ୍ୱରେ ଏଆଇଆର୍‌ ଟିମ୍‌କୁ ପ୍ରଶଂସା କରିଥିଲେ। ଆନାସ୍ଥେସିଆ ଏବଂ କ୍ରିଟିକାଲ୍ କେୟାର, ଟ୍ରମା ଏବଂ ଜରୁରୀକାଳୀନ, ପିଏମଆର୍‌ ଏବଂ ନର୍ସିଂ ସାଇନ୍ସ କଲେଜର ଅବଦାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଡ଼. ବିଶ୍ୱାସ ଏହି ପଦକ୍ଷେପର ବ୍ୟାପକତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଟ୍ରାକିଓଷ୍ଟୋମି କେୟାର, ନାସାଲ୍ ଫିଡିଂ, ଫିଜିଓଥେରାପି, କ୍ୟାଥେଟର୍‌ ପରିଚାଳନା ଏବଂ କ୍ଷତ ଯତ୍ନ ଭଳି ଜଟିଳ ଯତ୍ନ ପ୍ରକ୍ରିୟାରେ ତାଲିମ ପ୍ରଦାନ ସମ୍ପର୍କରେ ଗୁରୁତ୍ବା‌ରୋପ କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ପ୍ରତ୍ୟେକ୍ଷ ଏବଂ ଘରୋଇ ପରିଦର୍ଶନ ସହିତ ଯତ୍ନ ପ୍ରଦାନ କରାଯାଉଥିବା ସେ ଉଲ୍ଲେଖ କରିଥିଲେ।ଏହି ପ୍ରକଳ୍ପ ହସ୍ପିଟାଲରୁ ସୃଷ୍ଟ ସଂକ୍ରମଣ ଏବଂ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ସହିତ ତ୍ବରିତ ଯତ୍ନ ସମ୍ବଳର ଉତ୍ତମ ବ୍ୟବହାର ସୁନିଶ୍ଚିତ କରିବ। ସେହିପରି ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଆଇସିୟୁ ପରବର୍ତ୍ତୀ ଯତ୍ନ ପ୍ରକ୍ରିୟା ବିଷୟରେ ଶିକ୍ଷା ଦେବା ଏହାର ପ୍ରାଥମିକତା ରହିଛି।

    ଜାତୀୟ ସ୍ୱାସ୍ଥ୍ୟ ମିସନର ଟିମ୍‌ ଲିଡର ଡ. ଦିନବନ୍ଧୁ ସାହୁ, ହବ୍-ଏଣ୍ଡ-ସ୍ପୋକ୍ ମଡେଲ୍ ବ୍ୟବହାର କରି ଓଡ଼ିଶାର ସମସ୍ତ ମେଡିକାଲ୍ କଲେଜରେ ଏଆଇଆର୍‌ ପ୍ରକଳ୍ପକୁ ବିସ୍ତାର କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରକଳ୍ପର ଅନନ୍ୟତା ଏବଂ ସାମଗ୍ରିକ ପଦ୍ଧତିକୁ ପ୍ରଶଂସା କରିଥିଲେ, ଯାହା ଆଇସିୟୁରେ ଥିବା ବ୍ୟକ୍ତିମାନେ ସାମ୍ନା କରୁଥିବା ଏକାଧିକ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିଥାଏ।ଭବିଷ୍ୟତର ସ୍ୱାସ୍ଥ୍ୟସେବା ପଦକ୍ଷେପ ପାଇଁ ଏକ ମଡେଲ ଭାବରେ ଦଳଗତ କାର୍ଯ୍ୟ, ଅତ୍ୟାଧୁନିକ ହସ୍ତକ୍ଷେପ ଏବଂ ରୋଗୀ-କୈନ୍ଦ୍ରିକ ଯତ୍ନରେ ଏମ୍‌ସର ଏଆଇଆର୍‌ ପ୍ରକଳ୍ପର ପ୍ରୟାସକୁ ପ୍ରଶଂସା କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ନିରୋଦ କୁମାର ସାହୁ (ଅତିରିକ୍ତ ନିର୍ଦ୍ଦେଶକ ବୈଷୟିକ), ଦୀପକ ବିଶ୍ୱାଳ, ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଡ. ସତ୍ୟଜିତ ମିଶ୍ର ଏବଂ ଡ. ସ୍ୱାଗତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ