Friday, October 2, 2026
22.9 C
Odisha

    ରେଡ୍‌ ଜୋନ୍‌ରେ ଦିଲ୍ଲୀ, ବିଭିନ୍ନ ସ୍ଥାନରେ ଏକ୍ୟୁ‌ଆଇ ୪୦୦ ଟପିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦିଲ୍ଲୀ ପୁଣିଥ‌ରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛି।  ବାୟୁର ମାନ ଶନିବାର ସାଂଘାତିକ ରୂପ ନେବାପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସହରର ବିଭିନ୍ନ ଅଂଶରେ ଆଜି ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଟପିଛି। ଦିଲ୍ଲୀ  ଆଜି ‘ରେଡ୍‌ ଜୋନ୍‌’ରେ ପ୍ରବେଶ କରି ଦେଶରେ ସର୍ବା‌ଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି। ଶୁକ୍ରବାର ଦିଲ୍ଲୀର ଏକ୍ୟୁଆଇ ୩୨୨ ଥିଲା ଏବଂ ଏହି ସମୟରେ ଏହା ଦେଶରେ ସର୍ବାଧିକ  ଥିଲା।  ସହରର ୩୮ ଯାଞ୍ଚ କେନ୍ଦ୍ରରୁ କେତେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ଅତି ଉଦ୍‌ବେଗଜନକ ରହୁଛି। ୱଜିରପୁରରେ ଏକ୍ୟୁଆଇ ୪୨୦ ଥିବାବେଳେ ବୁରାଡ଼ିରେ ୪୧୮, ବିବେକ ବିହାରରେ ୪୧୧, ନେହରୁ ନାର୍‌ରେ ୪୦୬, ଅଲିପୁରରେ ୪୦୪ ଏବଂ ଆଇଟିଓରେ ଏକ୍ୟୁଆଇ ୪୦୨ ରହିଛି।  ଏନସିଆର୍‌ରେ ମଧ୍ୟ ବାୟୁର ମାନ ଲଗାତାର ଖରାପ ରହୁଛି।  ନଏଡ଼ାରେ ଏକ୍ୟୁଆଇ ୩୫୪, ଗ୍ରେଟର ନଏଡ଼ାରେ ୩୩୬ ଏବଂ ଗାଜିଆବାଦରେ ଏକ୍ୟୁଆଇ ୩୩୯ ରହିଛି।  ସୂଚନାଯୋଗ୍ୟ, ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ