Wednesday, May 6, 2026
22.3 C
Odisha

    ଏଲିଅନଙ୍କୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମତ : ଏଲିଅନ ଅଛନ୍ତି, କିନ୍ତୁ କେଉଁଠି କହିହେବନି

    ଆଗକୁ ପଢନ୍ତୁ

    ଆମେରିକା : ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ପୁଣି ଥରେ ଏଲିଏନ୍ ବିଷୟରେ କହିଛନ୍ତି । ପୃଥିବୀ ବାହାରେ ବ୍ରହ୍ମାଣ୍ଡରେ ଜୀବନର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଆମେରିକା ସରକାର ନେଭାଡାର ସାମରିକ ଘାଟି ଏରିଆ ୫୧ ରେ ଗୁପ୍ତ ଭାବରେ ଏଲିଏନମାନଙ୍କୁ ଲୁଚାଇ ରଖିଛନ୍ତି ବୋଲି କରାଯାଉଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି ।

    ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏକ ପୋଡକାଷ୍ଟ ସାକ୍ଷାତକାରରେ ଏଲିଅନ୍ ବା ଅନ୍ୟ ଗ୍ରହର ଜୀବଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଓବାମା ହସି ହସି କହିଛନ୍ତି ଯେ, ଏଲିଅନ୍ ଅଛନ୍ତି, କିନ୍ତୁ ସେ ସେମାନଙ୍କୁ କେବେ ଦେଖିନାହାନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ସରକାର ନିଜର ଗୁପ୍ତ ଆଡ୍ଡା ‘ଏରିଆ ୫୧’ରେ କୌଣସି ଏଲିୟନ୍ କୁ ଲୁଚାଇ ରଖିନାହାନ୍ତି । ସେ ମଜାରେ କହିଥିଲେ, “ଯଦି ସେମାନେ କିଛି ଲୁଚାଇଥାନ୍ତେ, ତେବେ ପୂର୍ବତନ ରାଷ୍ଟ୍ରପତି ଭାବେ ମୁଁ ନିଶ୍ଚୟ ଜାଣିଥାନ୍ତି । ବିଶାଳ ବ୍ରହ୍ମାଣ୍ଡରେ ଅନ୍ୟ କେଉଁଠି ଜୀବନ ଥାଇପାରେ, କିନ୍ତୁ ପୃଥିବୀରେ ସେମାନେ ଓହ୍ଲାଇଥିବାର କୌଣସି ପ୍ରମାଣ ନାହିଁ । ଓବାମାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    88 %
    1.7kmh
    10 %
    Tue
    22 °
    Wed
    37 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ