Friday, April 3, 2026
27 C
Odisha

    ଏଲ୍‌ଓସି ଗୁଳିବିନିମୟ ଜମ୍ମୁକୁ ବ୍ୟାପିଲା: ବଙ୍କରରେ ଲୁଚିଲେ ଆତଙ୍କୀ, ସୈନ୍ୟ ମୁତୟନ ବଢ଼ାଇଲା ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ କାଶ୍ମୀରରୁ ଜମ୍ମୁ ଅଞ୍ଚଳ ପର୍ଯ୍ୟନ୍ତ ପାକ୍‌ ସେନା ବିଭିନ୍ନ ସେକ୍ଟରରେ ଗୁଳିବର୍ଷା ବ୍ୟାପକ କରିଛି। ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତିକୁ ମାନୁନଥିବା ପାକିସ୍ତାନକୁ ସବୁ ଅଂଚଳରେ କଡ଼ା ଜବାବ ଦିଆଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଲ୍‌ଓସି ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।   ପାକିସ୍ତାନ ବିରୋଧରେ   ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଚିନ୍ତା କରୁଥିବା ବେଳେ ପାକ୍‌ ଅଧିକୃତ କାଶ୍ମୀରରେ ଏବେ ଆତଙ୍କବାଦୀମାନେ ବଙ୍କରରେ ଲୁଚିବା ଆରମ୍ଭ କଲେଣି। ମୁକ୍ତ  ଶିବିରରୁ ୨ ଶହରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍‌ ସେନା ଭୂତଳ ବଙ୍କରକୁ ପଠାଇ ଦେଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହା ସହିତ   ପାକ୍‌ ସେନା ଆଜି ଏଲ୍‌ଓସିରେ ସୈନ୍ୟ ମୁତୟନ ବଢ଼ାଇଛି।

    କ୍ରମାଗତ ପଞ୍ଚମ ରାତି ପାଇଁ ନିୟନ୍ତ୍ରଣ ରେଖା ନିକଟରେ ଆସଲ୍ଟ ରାଇଫଲ୍ ଓ ମେସିନ୍ ଗନ୍ ଦ୍ବାରା ଗୁଳି ବିନିମୟ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କାଶ୍ମୀର ଅଞ୍ଚଳ ଯଥା ତୁତ୍ମାରୀ ଗଳି, ରାମପୁର, ଉରି, ଗୁରେଜ ଓ ସୁନ୍ଦରବନୀ ସେକ୍ଟରରେ ଗୁଳିବିନିମୟ ଚାଲିଥିଲା। କିନ୍ତୁ ଏବେ ଏହା ଜମ୍ମୁ ଅଞ୍ଚଳର ପୁଞ୍ଚରେ ମଧ୍ୟ ଚାଲିଛି ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଗତ ୪ ଦିନ ମଧ୍ୟରେ ପାକ୍ ସେନା ପକ୍ଷରୁ ଅତି କମ୍‌ରେ ଏକ ଡଜନ ଅସ୍ତ୍ରବିରତି ଉଲ୍ଲଂଘନ (ସିଏଫ୍‌ଭି) ରେକର୍ଡ କରାଯାଇଛି।  ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍, କ୍ୟାମ୍ପ ଓ ଷ୍ଟେଜିଂ ଅଞ୍ଚଳ ଉପରେ  ଯେ କୌଣସି ସମୟରେ ଆକ୍ରମଣ ହୋଇପାରେ। ପାକ୍ ସେନା ଉପରେ ସାମରିକ ଚାପ ବଢ଼ୁଥିବା ବେଳେ ଉଭୟ ଦେଶ ସେନା ମୁତୟନ ବଢ଼ାଇବା ଦ୍ବାରା ଉତ୍ତେଜନା ଅଧିକ ତୀବ୍ର ହୋଇଛି।   ସୀମାପାର ଚଢ଼ଉ ସ୍ଥିତିରେ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପାଇଁ ସୁରକ୍ଷା ଆଶ୍ରୟସ୍ଥଳ ସୁନିଶ୍ଚିତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ