Friday, October 2, 2026
22.9 C
Odisha

    ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :   ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ କରିବା ପରେ ଆଜି ସମସ୍ତ ୧୧୪ ଜଣ ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି। ଏହି ମାମଲାରେ ବ୍ରହ୍ମପୁର ପୁଲିସ୍‌ ଏବଂ କ୍ରାଇମବ୍ରାଞ୍ଚ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଥିଲା। ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍‌ ଅଛି।
    ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ