Thursday, October 8, 2026
22.2 C
Odisha

    ଏସିରେ ବିସ୍ଫୋରଣ ଘଟି ଡାକ୍ତରଖାନା​‌ରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶ : ଏସି ବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବିସ୍ଫୋରଣ ହେବାରୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ମଧ୍ୟପ୍ରଦେଶର ଗ୍ବାଲିଅର ଅନ୍ତର୍ଗତ ଜୟାରୋଗ୍ୟ ହସ୍ପିଟାଲ ଗ୍ରୁପର କମଳାରାଜା ଡାକ୍ତରଖାନାରେ ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତୁରନ୍ତ ରୋଗୀମାନଙ୍କୁ ଉଦ୍ଧାର କରାଯିବା ସହିତ ନିଆଁକୁ ଆୟତ୍ତ କରାଯାଇଥିଲା।

    ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧ଟାରେ ହଠାତ ଆଇସିୟୁରେ ଥିବା ଏସିରେ ଶର୍ଟସର୍କିଟ ଯୋଗୁ ବିସ୍ଫୋରଣ ଘଟିଥିଲା। ତୁରନ୍ତ ନିଆଁ ୱାର୍ଡରେ ବ୍ୟାପିଯାଇଥିଲା। ଏହି ଆଇସିୟୁ ୱାର୍ଡରେ ୨୨ ରୋଗୀ ଚିକିତ୍ସାଧୀନ ଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାର କରି ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ପାଖରେ ଥିବା ଲେବର ରୁମରେ ପ୍ରାୟ ୧୦୦ ରୋଗୀ ଏବଂ ଶିଶୁ ୱାର୍ଡରେ ୫୦ ରୋଗୀ ଚିକିତ୍ସାଧୀନ ରହିଥିଲେ। ସେମାନଙ୍କୁ ବି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ଏବଂ ଡାକ୍ତରଖାନାର ସୁରକ୍ଷା କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ହସ୍ପିଟାଲ ଧୂଆଁମୟ ହୋଇଯିବାରୁ ରୋଗୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ