Monday, November 30, 2026
19.3 C
Odisha

    ଏ.ଆର. ରହମନଙ୍କୁ ହୃଦଘାତ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତଜ୍ଞ ଏ. ଆର. ରହମନ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହିତ ନିରୀକ୍ଷଣରେ ରଖିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରହମନଙ୍କୁ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି। କାରଣ ଡାକ୍ତରୀ ଟିମ ତାଙ୍କର ଆଞ୍ଜିଓଗ୍ରାମ ପରୀକ୍ଷା କରାଯାଇପାରେ ବୋଲି କହିଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ସୂଚନା ମିଳିପାରି ନାହିଁ। ମାତ୍ର ରହମନ ଡାକ୍ତରଖାନାରେ ଭର୍ତ୍ତି ହେବା ସୂଚନା ମିଳିବା ପରେ ପ୍ରଶଂସକ ମହଲରେ ଚିନ୍ତାପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.3 ° C
    19.3 °
    19.3 °
    86 %
    1.3kmh
    78 %
    Sun
    18 °
    Mon
    26 °
    Tue
    26 °
    Wed
    27 °
    Thu
    27 °

    ସମ୍ବନ୍ଧିତ