Saturday, October 3, 2026
23 C
Odisha

    ଏହି ଅକ୍ଷରର ଝିଅମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜଣେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାଙ୍କର ସ୍ୱଭାବ, ବ୍ୟକ୍ତିତ୍ୱ ଏବଂ ଭାଗ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତିକୁ ଆଧାର କରି କିଛି ଅକ୍ଷରକୁ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ବୋଲି କୁହାଯାଏ । ଯେଉଁମାନଙ୍କର ନାମ ଏହି ଅକ୍ଷରଗୁଡ଼ିକରୁ ଆରମ୍ଭ ହୋଇଥାଏ, ସେମାନେ ଜୀବନରେ ଅନେକ ସଫଳତା ହାସଲ କରିବା ସହ ସଦାସର୍ବଦା ସକାରାତ୍ମକ ଶକ୍ତିରେ ଭରପୂର ରହିଥାନ୍ତି। ବିଶେଷ କରି କିଛି ନିର୍ଦ୍ଦିଷ୍ଟ ଅକ୍ଷରର ଝିଅମାନେ ନିଜ ପରିବାର ଏବଂ ସ୍ୱାମୀଙ୍କ ପାଇଁ ବେଶ୍ ଭାଗ୍ୟଶାଳୀ ବା ‘ଲେଡି ଲକ୍’ ବୋଲି ପ୍ରମାଣିତ ହୁଅନ୍ତି। ଆସନ୍ତୁ ଜାଣିବା ସେହି ଅକ୍ଷରଗୁଡ଼ିକ ବିଷୟରେ:

    ‘A’ ଅକ୍ଷରର ନାମ ଥିବା ଝିଅ

    ଯେଉଁ ଝିଅମାନଙ୍କର ନାମ ‘A’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କର ଜନ୍ମରୁ ହିଁ ନେତୃତ୍ୱ ନେବାର ଗୁଣ ଥାଏ। ଏମାନେ ଅତ୍ୟନ୍ତ ସ୍ୱାଭିମାନୀ ଓ ପରିଶ୍ରମୀ ହୋଇଥାନ୍ତି। ନିଜର କଠିନ ପରିଶ୍ରମ ବଳରେ ଏମାନେ କ୍ୟାରିୟର୍‌ରେ ଉଚ୍ଚ ସଫଳତା ହାସଲ କରନ୍ତି। ‘A’ ଅକ୍ଷରର ଝିଅମାନେ ତାଙ୍କ ଶାଶୁଘରକୁ ଉନ୍ନତି, ସୁଖ ଓ ସମୃଦ୍ଧି ନେଇ ଆସିଥାନ୍ତି।

    ‘M’ ଅକ୍ଷରର ନାମ ଥିବା ଝିଅ

     

     

    ଯେଉଁ ଝିଅମାନଙ୍କର ନାମ ‘M’ ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ସ୍ୱଭାବରେ ଅତ୍ୟନ୍ତ ସରଳ, ସଚ୍ଚୋଟ ଏବଂ ଶାନ୍ତ ହୋଇଥାନ୍ତି। ସମ୍ପର୍କର ଦାୟିତ୍ଵ ତୁଲାଇବାରେ ଏମାନେ ସବୁବେଳେ ଆଗରେ ରୁହନ୍ତି। ଏହି ଅକ୍ଷରର ଝିଅମାନେ ନିଜ ସ୍ୱାମୀ ଓ ଜୀବନସାଥୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ। ଏମାନଙ୍କ ଜୀବନରେ କେବେ ହେଲେ ଆର୍ଥିକ ଅନଟନ ବା ଟଙ୍କାପଇସାର ଅଭାବ ଦେଖାଯାଏ ନାହିଁ।

    ‘P’ ଅକ୍ଷରର ନାମ ଥିବା ଝିଅ

    ‘P’ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ସୃଜନଶୀଳ ହୋଇଥାନ୍ତି। ଏମାନେ ଯେକୌଣସି କାର୍ଯ୍ୟକୁ ଅତି ସୁନ୍ଦର ଭାବେ ଏବଂ ପରଫେକ୍ଟ କରିବାକୁ ପସନ୍ଦ କରନ୍ତି। ଏମାନେ ନିଜ ପରିବାର ପାଇଁ ଭାଗ୍ୟର ଚାବିକାଠି ସଦୃଶ ହୋଇଥାନ୍ତି ଏବଂ ନିଜର ଭଲ ସ୍ୱଭାବ ଯୋଗୁଁ ସମାଜରେ ପ୍ରଚୁର ମାନ-ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରନ୍ତି।

    ‘S’ ଅକ୍ଷରର ନାମ ଥିବା ଝିଅ

    ଯେଉଁ ଝିଅମାନଙ୍କର ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବେଶ୍ ଆକର୍ଷଣୀୟ, କର୍ମଠ ଏବଂ ଜିଦିଆ ସ୍ୱଭାବର ହୋଇଥାନ୍ତି। ଆର୍ଥିକ ମାମଲାରେ ଏମାନେ ଅତି ଭାଗ୍ୟଶାଳୀ ହୋଇଥିବାରୁ ଜୀବନର ସମସ୍ତ ସୁଖ-ସୁବିଧା ଓ ପ୍ରାଚୁର୍ଯ୍ୟ ଏମାନଙ୍କୁ ସହଜରେ ମିଳିଯାଏ। ନିଜ ପାର୍ଟନରଙ୍କ ପାଇଁ ଏମାନେ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ସପୋର୍ଟିଭ୍ ପ୍ରମାଣିତ ହୋଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ