ଲଖନଉ: ଉତ୍ତରପ୍ରଦେଶର ଲୋନିର ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର ରାସ୍ତାରେ ବସି ପନିପରିବା ବିକିଛନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବିଜେପି ବିଧାୟକ ରାସ୍ତା ଉପରେ ବସି ପନିପରିବା ବିକ୍ରୟ କରୁଛନ୍ତି ଏବଂ ଜଣେ ସାଧାରଣ ପନିପରିବା ବିକ୍ରେତାଙ୍କ ପରି ଦର ମଧ୍ୟ କହୁଛନ୍ତି। ପ୍ରକୃତରେ, ବିଜେପି ବିଧାୟକଙ୍କ ଦ୍ୱାରା ପନିପରିବା ବିକ୍ରୟ ଏକ ପ୍ରତିବାଦ। ଗାଜିଆବାଦ ପୋଲିସ ଜିଲ୍ଲାର ସମସ୍ତ ସାପ୍ତାହିକ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାର ପ୍ରତିବାଦରେ ବିଧାୟକ ରାସ୍ତାରେ ବସି ପନିପରିବା ବିକ୍ରି କରୁଛନ୍ତି।