Sunday, October 4, 2026
30.6 C
Odisha

    ଦିଲ୍ଲୀରେ ସର୍ବକାଳୀନ ରେକର୍ଡ ସ୍ତରରେ ସୁନାଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର ୮୬ ହଜାର ଟଙ୍କା ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଦିଲ୍ଲୀରେ ସୁନା ଦର ୮୬ ହଜାର ଟଙ୍କା ଅତିକ୍ରମ କରିଛି । ସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ସୁନା ମୂଲ୍ୟରେ ୧୧୭୦ ଟଙ୍କାର ବୃଦ୍ଧି ଘଟିସାରିଛି। ବିଦେଶୀ ବଜାରରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଆରବିଆଇ ଏମପିସି ସୁଧ ହାର ହ୍ରାସ କରିପାରେ, ଯାହା ସୁନା ଦର ବୃଦ୍ଧିକୁ ପ୍ରଭାବିତ କରୁଛି ।ସୂଚନା ଅନୁସାରେ ଦିଲ୍ଲୀରେ ସୁନା ମୂଲ୍ୟରେ ୨୭୦ ଟଙ୍କାର ବୃଦ୍ଧି ଘଟି ୧୦ ଗ୍ରାମ ପିଛା ସର୍ବକାଳୀନ ସର୍ବୋଚ୍ଚ ସ୍ତର ୮୬,୦୭୦ ଟଙ୍କାରେ ପହଞ୍ଚିଛି । ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଏବଂ ଷ୍ଟକ ବଜାର ହ୍ରାସ ସହିତ ବନ୍ଦ ହୋଇଛି। ୯୯.୫ ପ୍ରତିଶତ ଶୁଦ୍ଧତା ଥିବା ସୁନା ୧୦ ଗ୍ରାମ ପିଛା ୨୭୦ ଟଙ୍କା ବୃଦ୍ଧି ପାଇ ୮୫,୬୭୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଏହି ସୁନା ୧୦ ଗ୍ରାମ ପିଛା ୮୫,୪୦୦ ଟଙ୍କାରେ ବନ୍ଦ ହୋଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ବୁଲିଅନ୍ ମାର୍କେଟ୍ ବନ୍ଦ ରହିଥିଲା। ତେବେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୬,୫୦୦ ଟଙ୍କାରେ ସ୍ଥିର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ