Thursday, April 2, 2026
25.4 C
Odisha

    ଏହି ଗ୍ରହଙ୍କ କୃପାରୁ ମିଳେ ଚାକିରି

    ଆଗକୁ ପଢନ୍ତୁ

    ବର୍ଷ ୨୦୨୫ ଅଙ୍କକୁ ଏକାଠି କଲେ ଏହା ୯ ହେଉଛି। ଏହି ଅଙ୍କ ମଙ୍ଗଳଙ୍କ ଅଙ୍କ ବୋଲି କୁହାଯାଏ। ତେବେ ନୂଆ ବର୍ଷରେ ଆପଣ ଚାକିରି କିମ୍ବା ନୂଆ ଚାକିରି ପାଇବାକୁ ଇଚ୍ଛୁକ ଥିଲେ, ତେବେ ନିଜର ଜାତକରେ ମଙ୍ଗଳ ଗ୍ରହଙ୍କୁ ମଜଭୁତ କଲେ ଅତ୍ୟନ୍ତ ଶୁଭଫଳ ମିଳିବ ବୋଲି ମାନ୍ୟତା ରହିଛି। ମଙ୍ଗଳ ଗ୍ରହଙ୍କୁ ଶକ୍ତି, ସାହସ ଓ ପରାକ୍ରମର କାରକ ବୋଲି କୁହାଯାଏ। ତେବେ ଏହି ଗ୍ରହ ମଜଭୁତ ହେଲେ କର୍ମକ୍ଷେତ୍ରରେ ଶୁଭଫଳ ସହ କର୍ମକ୍ଷେତ୍ର ଯୋଗ ଆସିଥାଏ। ଜାଣନ୍ତୁ କେଉଁ ଉପାୟରେ ମିଳିବ ମଙ୍ଗଳ ଗ୍ରହଙ୍କ ଶୁଭଫଳ, ଧନର ଆଗମନ ଓ ଆୟ ଦ୍ୱିଗୁଣିତ ହେବ..
    ମଙ୍ଗଳ ଗ୍ରହଙ୍କୁ ମଜଭୁତ କରିବା ପାଇଁ ମଙ୍ଗଳଙ୍କ ସରଳ ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇ ଧନ ଦ୍ୱିଗୁଣିତ ହୋଇଥାଏ।ମଙ୍ଗଳଗ୍ରହଙ୍କ ରଙ୍ଗ ଲାଲ। ତେଣୁ ଲାଲ ରଙ୍ଗର ପୋଷାକ, ଲାଲ ଚୁଡି ସହ ଅନ୍ୟାନ୍ୟ ଲାଲ ରଙ୍ଗର ଜିନିଷ ବ୍ୟବହାର କରିବା ଦ୍ୱାରା ମଙ୍ଗଳଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ। ଲାଲ ରଙ୍ଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କଲେ ମଙ୍ଗଳଙ୍କ ଶୁଭଫଳ ମିଳିଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହୋଇ ଟଙ୍କା ଅଭାବ ଦୂର ହୋଇଥାଏ।ନୂଆବର୍ଷରେ ତମ୍ବାର ଜିନିଷ ଯେପରି ତମ୍ବାର ଟଙ୍କା, ମୁଦି ଆଦି ବ୍ୟବହାର କରିବା ଶୁଭଙ୍କର।ଶିବ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମଙ୍ଗଳ ଗ୍ରହଙ୍କ କୃପା ପ୍ରାପ୍ତି ହୋଇଥାଏ। ମଙ୍ଗଳବାର ଦିନ ଶିବଲିଙ୍ଗର ଲାଲ ଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ। ଏହାସହ ‘ଓଁ ମହାଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ