Friday, October 2, 2026
22.9 C
Odisha

    ଏହି ଜିଲ୍ଲାରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍

    ଆଗକୁ ପଢନ୍ତୁ

    ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍ । ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ସୂଚନା ରହିଛି । ଆରଟିଓ ବସ ଚଳାଚଳ ପରମିଟକୁ ବାତିଲ କରିଛନ୍ତି । ତେବେ ସମସ୍ତ ବସ ଅପରେଟର ଏହି ନୂଆ ନିୟମକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସମସ୍ତ ବସ୍ ସେବା ବନ୍ଦ କରାଯିବ ।

    ସୂଚନା ଅନୁସାରେ, ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା, ବର୍ତ୍ତମାନ ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯିବ । ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯିବା ନେଇ OSRTC ଘୋଷଣା କରିଛି । OSRTC ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ମାଲକାନଗିରି କାଲିମେଳା, ପଡିଆ, କୋରୁକୋଣ୍ତ, ଚିତ୍ରକୋଣ୍ତା, ଖଇରପୁଟ ଏବଂ ମାଥିଲି ରୁଟରେ ଚାଲୁଥିବା ସମସ୍ତ ଏସି ବସ ବନ୍ଦ କରାଯିବ । ତେବେ ଅଗଷ୍ଟ ପହିଲାରୁ ଲକ୍ଷ୍ମୀ ବସ ଚଳାଚଳ ଉପରେ ରୋକ୍ ଲଗାଇଛି ଓସଆରଟିସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ