ହାର୍ଟ ଆଟାକ୍ ସମସ୍ୟା ଅତି ସାଧାରଣ ହୋଇ ଗଲାଣି । ଘରେ ଘରେ ଏହି ସମସ୍ୟା ଦେଖା ଦେଉଛି । ବର୍ତ୍ତମାନର ଲାଇଫ୍ ଷ୍ଟାଇଲରେ ପରିବତ୍ତର୍ନ ହେଉଥିବା ହେତୁ ହାର୍ଟ ଆଟାକ୍ ଭଳି ସମସ୍ୟା ଦେଖା ଦେଉଛି । ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମଧ୍ୟ ଜୀବନ ଚାଲି ଯାଉଛି । ତେଣୁ ସ୍ବାସ୍ଥ୍ୟକୁ ଠିକ୍ ରଖିବାକୁ ହେଲେ ନିଜର ଖାଦ୍ୟପେୟ ଉପରେ ଯତ୍ନ ନେବାକୁ ପଡିବ । ହାର୍ଟ ଆଟାକ୍ ଅନେକ କାରଣରୁ ହୋଇଥାଏ । କିନ୍ତୁ ମୁଖ୍ୟତଃ କିଛି ଅନହେଲ୍ଦି ତେଲ ହାର୍ଟ ଆଟାକ୍ ଭଳି ସମସ୍ୟାକୁ ଆହୁରି ବଢାଇ ଦେଇଥାଏ । ଯାହା ଆମକୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ତେଣୁ ଆମ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ । ନିଜ ଖାଦ୍ୟରେ ଭଲ ତେଲ ବ୍ୟବହାର ଆମ ଶରୀରକୁ ସୁସ୍ଥ କରି ଗଢି ତୋଳିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଆମେ ସେହି ତେଲ ବିଷୟରେ ଜାଣିବା ଯାହା ଆମ ହାର୍ଟ ଆଟାକ୍ ଭଳି ସମସ୍ୟାକୁ ବଢାଇଥାଏ ।
ପାମ୍ ଅଏଲ : ଏଥିରେ ୫୦%ର ଫ୍ୟାଟ ଅଏଲ ରହିଛି । ଯାହା ହାର୍ଟ ଆଟାକ୍ ଭଳି ସମସ୍ୟାର ଆଶଙ୍କାକୁ ବଢାଇ ଦେଇଥାଏ । ଏହା ମଧ୍ୟ କୁହାଯାଉଛି ଯେ, ଏଭଳି ତେଳ ବ୍ୟବହାର କରିବା ଦ୍ବାରା ଧମନୀରେ ପ୍ଲାକ୍ ଜମାଟ ବାନ୍ଧିଥାଏ । ଯାହା ହାର୍ଟ ରୋଗ ଅବରୋଧର ସମ୍ଭାବନାକୁ ବଢାଇଥାଏ । ପାମ୍ ଅଏଲ କୋଲେଷ୍ଟ୍ରଲ୍ ପାଇଁ ସବୁଠାରୁ ଖରାପ ତେଲ ହୋଇଥାଏ । ଏଥିରେ ଥିବା ସନ୍ତୁଳିତ ଫ୍ୟାଟ କୋଲେଷ୍ଟ୍ରଲ ବଢାଇଥାଏ । ଏହା ବ୍ୟତୀତ ପାମ୍ ଅଏଲ ବ୍ଲଡ ଲିପିଡକୁ ମଧ୍ୟ ଖରାପ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ହାର୍ଟ ଆଟାକ ହେବାର ସମ୍ଭାବନା ବଢିଯାଏ ।
କଟନସିଡ୍ ଅଏଲ : ଏହି ତେଲରେ ଓମେଗା-୬ ଭରପୁର ମାତ୍ରରେ ରହିଥାଏ । ଯାହା ହାର୍ଟ ସମସ୍ୟାକୁ ଦ୍ବିଗୁଣିତ କରିଦେଇଥାଏ । ତେଣୁ ଏଭଳି ତେଲ ଖାଇବା ଅନୁଚିତ୍ ବୋଲି ମାନାଯାଇଥାଏ ।
ରିଫାଇଣ୍ଡ କାନୋଲା ଅଏଲ : ଯଦିଓ ଏହାକୁ ମାର୍କେଟରେ ବିକ୍ରି କରାଯାଉଛି ତେବେ ଏହା କିନ୍ତୁ ସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ । ଯାହା ଖାଇବା ଦ୍ବାରା କୋଲେଷ୍ଟ୍ରୋଲକୁ ବଢାଇଥାଏ । ତେଣୁ ଏହି ତେଲଠାରୁ ଦୂରେଇ ରହିବା ଆବଶ୍ୟକ ।
କର୍ଣ୍ଣ ଅଏଲ : ଏହି ତେଲରେ ଫ୍ୟାଟ ଅଧିକ ପରିମାଣରେ ଥାଏ ବୋଲି କୁହାଯାଉଛି । ଯାହା ଆମ କୋଲେଷ୍ଟ୍ରୋଲର ପରିମାଣକୁ ବଢାଇ ଦେଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ନଡିଆ ତେଲ : ନଡିଆ ତେଲ ପାମ୍ ଅଏଲଠାରୁ ଅଧିକ କ୍ଷତିକାରକ ବୋଲି କୁହାଯାଏ । ତେଣୁ ଶରୀର ଉପରେ ଏହା ଅତ୍ୟଧିକ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣଙ୍କ ଖାଦ୍ୟରେ ଏହି ତେଲର ବ୍ୟବହାର କରନ୍ତୁ ନାହିଁ ।
ରିଫାଇନ୍ଡ୍ ସୂର୍ଯ୍ୟମୁଖୀ ତେଲ : ଏହି ତେଲ ଆମ ଶରୀରରେ କୁପ୍ରଭାବ ପକାଇବା ସହିତ ଆମ ସ୍ବାସ୍ଥ୍ୟାବସ୍ଥାକୁ ଖରାପ କରିଥାଏ । ତେଣୁ ଏଭଳି ତେଲ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ବିବେଚନା କରାଯାଏ ।