Monday, October 19, 2026
21.9 C
Odisha

    ଏହି ତେଲ ଦ୍ୱାରା ଶରୀରରେ କମିଥାଏ Cholestrol

    ଆଗକୁ ପଢନ୍ତୁ

    ଭାରତର ଅଧିକାଂଶ ଲୋକେ ହାଇ କୋଲେଷ୍ଟ୍ରଲ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ମେଦ ବହୁଳତା, ମଧୁମେୟ, ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ କୋରନରୀ ଆର୍ଟରୀ ଡିଜିଜ୍ (Coronary Artery Disease) ସମେତ ଟ୍ରିପଲ ଭେସେଲ ଡିଜିଜ୍ (Triple Vessel Disease) ଭଳି ରୋଗ ହେବାର ଆଶଙ୍କା ରହିଥାଏ । ଏହି କାରଣରୁ ଆମେ ନିୟମିତ ବ୍ୟାୟମକୁ କମ୍ କରିଥାଉ ଏବଂ ଅତ୍ୟଧିକ ତେଲିଆ ଖାଦ୍ୟ ଖାଇଥାଉ। ଯାହା ଦ୍ୱରା ବ୍ୟାଡ କୋଲେଷ୍ଟ୍ରଲ ହେବାର ବହୁମାତ୍ରାରେ ସମ୍ଭାବନା ରହିଥାଏ। ତେବେ ଏପରି ଏକ ତେଲ ରହିଛି ଯାହା ସାହାଯ୍ୟରେ ଆମେ ଶରୀରରୁ ଏହି ବ୍ୟାଡ କୋଲେଷ୍ଟ୍ରଲକୁ କମ କରିପାରିବା। ବର୍ତ୍ତମାନ ଆସନ୍ତୁ ଜାଣିବା କଣ ଏହି ତେଲ ଏବଂ ଏହାକୁ ବ୍ୟବହାର କରିବାର ଉପାୟ ।

    ଲେମ୍ବୁ ତେଲ ବା ଲେମନ୍ ଗ୍ରାସ ଅଏଲ୍ (Lemon Grass Oil):
    ସାଧାରଣତଃ ଲେମ୍ବୁ ତେଲକୁ ରୋଷେଇରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା କେବଳ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିନଥାଏ, ବରଂ ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ। ଏହି ତେଲରେ ମୁଖ୍ୟତଃ ଟ୍ରେପେନାଇଡ୍ କମ୍ପାଉଣ୍ଡ ରହିଥାଏ। ଯାହା ବ୍ୟାଡ୍ କୋଲେଷ୍ଟ୍ରଲକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।

    ଲେମ୍ବୁ ତେଲ ବା ଲେମନ୍ ଗ୍ରାସ ଅଏଲ୍ ବ୍ୟବହାର କରିବାର ଉପାୟ:

    ଲେମ୍ବୁ ତେଲକୁ ସାଧାରଣ ତେଲ ପରି ବ୍ୟବହାର କରାଯାଇ ନଥାଏ। ଏହାକୁ ଖାଦ୍ୟରେ ସ୍ୱାଦ ବା ଟେଷ୍ଟ ଭାବରେ ପ୍ରତିଦିନ ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ