Monday, October 19, 2026
23.2 C
Odisha

    ରାତିରେ ଖାଉଛନ୍ତି କି ଭାତ ? ହୋଇପାରେ ଏହିସବୁ ସମସ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ରାତିରେ ଭାତ ଖାଉଥିବା ବେଳେ ଅନେକ ରୁଟି ଖାଇଥାନ୍ତି। ପ୍ରାୟତଃ ଗ୍ରାମାଞ୍ଚଳରେ ରାତିରେ କେବଳ ଭାତ ହିଁ ଖାଇଥାନ୍ତି। ଭାତରୁ ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲେସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ମିଳିଥାଏ। ଯାହାକି ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଅତ୍ୟଧିକ ଭାତ ବିଶେଷ କରି ରାତିରେ ଖାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ବିବେଚନା କରାଯାଇଥାଏ।
    ଭାତ ଶ୍ରୀଘ୍ର ହଜମ ହେଉଥିଲେ ହେଁ ଏହା ଶରୀରରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ।ତେଣୁ ଡାଇବେଟିସ ରୋଗୀକୁ ଏହା ଖାଇବା ପାଇଁ ବାରଣ କରାଯାଇଥାଏ।
    ଅଧିକ ଭାତ ଖାଇବା ଦ୍ବାରା ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ। ଏଭଳି ସ୍ଥିତିରେ ଡାକ୍ତର ବ୍ରାଉନ ରାଇସ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି।
    ଭାତରେ ଅଧିକ କ୍ୟାଲେରୀ ଓ କାର୍ବୋହାଇଡ୍ରେଟ ମିଳେ। ଏହା ଦ୍ବାରା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଉପଯୁକ୍ତ ଡାଏଟ ଫଲୋ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି।

    ଭାତରେ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ଲେବଲ ଶୀଘ୍ର ବଢାଇବାର ଆଶଙ୍କା ଅଧିକ ରହିଥାଏ। ଏଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ହାନିକାରକ ବୋଲି କୁହାଯାଇଛି।

    ଆଥ୍ରାଇଟିସ ଯନ୍ତ୍ରଣା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ